
-
୨୦୨୨ ଜୁନ୍ ସୁଦ୍ଧା ସରିବ ବରମୁଣ୍ଡା ଇଂଟରଷ୍ଟେଟ୍ ବସ୍ ଟର୍ମିନାଲ କାମ
ମିଳିଥିବା ସୂଚନା ଅନୁସାରେ ୧୮୦ କୋଟି ଟଙ୍କା ବ୍ୟୟରେ ୧୫.୫ ଏକର ଜାଗାରେ ଏହି ବସ୍ ଟର୍ମିନାଲ ନିର୍ମାଣ କରାଯାଉଛି । ଜୁନ୍ ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଖଣ୍ଡଗିରିରେ ୩୦୦ ବସ୍ ପାର୍କିଂ କ୍ଷମତା ବିଶିଷ୍ଟ ବସ୍ ଡିପୋ ମଧ୍ୟ ଏହାର ଏକ ଅଂଶ । ତେବେ ଠିକ୍ ସମୟରେ କାମ ଶେଷ କରିବା ଉପରେ ଶ୍ରୀ ପାଣ୍ଡିଆନ ଗୁରୁତ୍ୱ ଦେଇଛନ୍ତି ।
୫-ଟି ସଚିବ ଭି.କେ ପାଣ୍ଡିଆନ ଏହାସହ ବିଭିନ୍ନ ପ୍ରକଳ୍ପର ଅଗ୍ରଗତିକୁ ନେଇ ମଧ୍ୟ ସମୀକ୍ଷା କରିଥିବା ଜଣା ପଡିଛି । ଜୟଦେବ ବିହାର-ପଟିଆ ରାସ୍ତାରେ ଟ୍ରାଫିକ୍ କମ୍ କରିବା ପାଇଁ ସମାନ୍ତରାଳ ରୋଡ୍ ପ୍ରକଳ୍ପ ପିଡବ୍ଲୁଡି ଦ୍ୱାରା କରାଯାଉଛି । ଏହି ରାସ୍ତା ସିଆରପିଏଫ୍ ସ୍କୋୟାରରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମାଥମେଟିକ୍ସକୁ ସଂଯୋଗ କରିବ । ୯୨ କୋଟି ଟଙ୍କା ବ୍ୟୟରେ ୧୩.୬ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି । ବର୍ତମାନ ଜାଭିୟର ସ୍କେ୍ୱାୟାରରୁ ଇନଫୋସିଟି ସ୍କୋୟାର ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ୫.୧୭ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ କାମ ୨୦୨୨ ଫେବ୍ରୁଆରୀ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସେହିପରି ଚନ୍ଦ୍ରଶେଖରପୁରରେ ପିପିିିପି ମୋଡରେ ବିଡିଏ ପକ୍ଷରୁ ସୁଲଭ ଗୃହ ନିର୍ମାଣ କାମ ଚାଲିଛି । ୨୦.୨୧ ଏକ ଜାଗାରେ ୨୬ ଶହ ଘର ନିର୍ମାଣ କରାଯାଉଛି । ଏହି କଲୋନୀରେ ପ୍ରାଥମିକ ସ୍କୁଲ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସପିଂ ଏରିଆ ଓ ଖେଳିବା ପାଇଁ ବ୍ୟବସ୍ଥା ରହିବ । ଏହି ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ ସେପ୍େଟମ୍ବର ୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।