ଭୁବନେଶ୍ୱର, ରାଜ୍ୟରେ କରୋନାରେ ଆଉ ୬୭ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୫୫୧୨ ହୋଇ ଯାଇଛି ।
ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୨୪ ଜଣ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଭୁବନେଶ୍ୱରରେ ୧୫ ଜଣ ଅଛନ୍ତି । କେନ୍ଦୁଝର ଜିଲ୍ଲାରେ ୧୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଅନୁଗୁଳ ଜିଲ୍ଲାରେ ୧୦ ଜଣ ତଥା ସୁନ୍ଦରଗଡ ଜିଲ୍ଲାରେ ୬ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ପୁରୀ ଜିଲ୍ଲାରେ ୫ ଜଣ ମୃତ୍ୟୁବରଣ କରିଛନ୍ତି । ଗଂଜାମ, ମୟୁରଭଂଜ ଜିଲ୍ଲାରେ ୨-୨ ଜଣ ମୃତ୍ୟୁବରଣ କରିଛନ୍ତି ।
ଦେବଗଡ. ଢେଂକାନାଳ, ଜାଜପୁର, ଝାରସୁଗୁଡା, କନ୍ଧମାଳ, ମାଲକାନଗିରି ଓ ନୂଆପଡା ଜିଲ୍ଲାରେ ଜଣେ ଲେଖାଏ ସଂକ୍ରମିତ ମୃତ୍ୟୁବରଣ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛିା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ଯେ ପ୍ରତ୍ୟେକ ଦିନ ଆସୁଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ କରା ଯାଇ ମୃତ୍ୟୁ ସଂଖ୍ୟା ଘୋଷଣା କରା ଯାଉଥିବା ବିଭାଗ ପକ୍ଷରୁ କୁହା ଯାଇଛି ।