
ବେଲଗୁଣ୍ଠା, ଆଜି ଗାଙ୍ଗପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ‘ମୋ ନିବେଦନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏଥିରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଠୀ ଏବଂ ଇନ୍ଦିରା ଆବାସ ଯୋଜନା କିରାଣୀ ବିଶ୍ଵନାଥ ମହାନ୍ତି ପ୍ରମୁଖ ଭିଡ଼ିଓ କନ୍ଫରେସିଂ ମାଧ୍ୟମରେ ଲୋକଙ୍କର ନିବେଦନ ଗୁଡ଼ିକୁ ଶୁଣି ଏହାର କାର୍ଯ୍ୟକାରିତା ସମ୍ପର୍କରେ ନିବେଦକ ମାନଙ୍କ ସହ ଆଲୋଚନା କରିଥିଲେ I
ଆଜିର କାର୍ଯ୍ୟକ୍ରମରେ ମୋଟ 12 ଜଣ ନିବେଦନ କରିଥିବା ବେଳେ ସେଥିରୁ ପକ୍କାଗୃହ ପାଇଁ 11 ଜଣ ଏବଂ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜଣେ ନିବେଦନ କରିଥିଲେ I ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ଦଳବେହେରା ଏବଂ ଜି.ଆର୍.ଏସ୍ ପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଲୋକଙ୍କ ନିକଟରୁ ଲିଖିତ ନିବେଦନ ପତ୍ର ଗୁଡ଼ିକ ସଂଗ୍ରହ କରିଥିଲେ I ଦିବାକର ବିଷୋୟୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO