
ମାଲକାନଗିରି,ବର୍ତ୍ତମାନ ରାଜ୍ୟ ସରକାର ବିଜୁଳି ବିଭାଗ କୁ ଟାଟା କମ୍ପାନୀକୁ ହସ୍ତାନ୍ତର କଲା ପରେ ଟାଟା ଦେଖାଇଲା ତାର ପାୱାର!ସୂଚନା ଅନୁଯାୟୀ ମାଲକାନଗିରି ଡିଭିଜନ ଅଧୀନରେ ଥିବା ବିଭିନ୍ନ ସରକାରୀ ଅଫିସ ର ବକେୟା ବିଦ୍ୟୁତ ବିଲ ଆଦାୟ ପାଇଁ ଟାଟା କମ୍ପାନୀ ନେଇଛି ଏକ ଦୃଢ ପଦକ୍ଷେପ !ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କ୍ରୀଡା ଛାତ୍ରା ବାସରେ ଟାଟା କମ୍ପାନୀ ସର୍ବ ପ୍ରଥମେ ମାଲକାନଗିରି ଜିଲ୍ଲାର କ୍ରୀଡା ଛାତ୍ରା ବାସର ବକେୟା ପଡିରହିଥିବା ୩୭ ଲକ୍ଷ ବିଦ୍ୟୁତ ବିଲ ପୈଠ ନ ହେଇ ଥିବାରୁ ବିଜୁଳି ବିଭାଗ ପକ୍ଷରୁ ବିଦ୍ୟୁତ ଛିନ୍ନ କରାଯାଇଥିଲା!କ୍ରୀଡା ଛାତ୍ରାବାସ ପରେ ଭାରତ ସଂଚାର ନିଗମ ଅଫିସ ର ବକେୟା ବିଲ ଉପରେ! ଅଫିସ ର ବକେୟା ବିଜୁଳି ବିଲ ଯୋଗୁଁ ଆଜି ବିଏ ସଏ ନଏ ଲ ଅଫିସରୁ ବିଦ୍ୟୁତ ସଂଯୋଗକୁ ଛିନ୍ନ କରି ଦିଆଯାଇଛି ।
BSNL ଅଧୀନରେ ଥିବା ଜିଲ୍ଲା ସଦର ମହକୁମାର ସମସ୍ତ ଟାୱାର ଓ ଏକ ମାତ୍ର ଏକ୍ସଚେଞ୍ଜ ରୁ ବିଦ୍ୟୁତ ସଂଯୋଗକୁ ଛିନ୍ନ କରିଛି ବିଜୁଳି ବିଭାଗ । ଦୀର୍ଘଦିନ ଧରି ଜିଲ୍ଲା ସଦର ମହାକୁମାରେ ଥିବା ଅଫିସର ୭ଲକ୍ଷ ୩୬ହଜାର ୨୧୧ ଟଙ୍କାର ବିଦ୍ୟୁତ ବିଲ ବକେୟା ଥିବା ବେଳେ ସଦର ମହକୁମାର ମାଇକ୍ରୋ ଟାୱାର ର ୧ ଲକ୍ଷ ୪୬ ହଜାର ୩୪୪ଟଙ୍କା, ମାଉଲିମନ୍ଦିର ସାହି ଟାୱାର ର ୫ ଲକ୍ଷ ୭୦ ହଜାର ୪୭୨ ଟଙ୍କା, ରିକ୍ଳାମେସନ କଲୋନୀ ଟାୱାର ର ୧ ଲକ୍ଷ ୩୬ ହଜାର ୯୭୦ ଟଙ୍କା ଓ ଚାଲାଣଗୁଡା ଟାୱାର ର ୧ ଲକ୍ଷ ୨୫ ହଜାର ୮୨୬ ଟଙ୍କା ବକେୟା ରହିଛି । ଯେଉଁଥି ପାଇଁ ଆଜି ବିଜୁଳି ବିଭାଗ ଏଭଳି ପଦକ୍ଷେପ ନେଇଛି । ତେବେ ଏ ନେଇ ଆମେ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିବା ବେଳେ ତାଙ୍କ ସହ ଯୋଗାଯୋଗ ହୋଇ ପାରିନାହୀ । ଅନ୍ୟ ପଟେ ଜିଲ୍ଲାର ଅନ୍ୟ ବ୍ଲକ ଗୁଡିକରେ ମଧ୍ୟ ଏହି ସମାନ ସ୍ଥିତି ଥିବା ବିଜୁଳି ବିଭାଗର ଅଧିକାରୀ କହିଛନ୍ତି। ଏହାସହ ଜିଲ୍ଲାର ବହୁ ସରକାରି କାର୍ଯ୍ୟାଳୟ ଗୁଡିକର ବିଦ୍ୟୁତ ବିଲ ବକେୟା ରହିଛି ଓ ଆଗାମୀ ଦିନରେ ଏହି ସରକାରୀ କାର୍ଯ୍ୟାଳୟ ଗୁଡିକରୁ ମଧ୍ୟ ବିଦ୍ୟୁତ ସଂଯୋଗ ଛିନ୍ନ କରାଯିବାର ସମ୍ଭାବନା ଥିବା ସୂଚନା ମିଳିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO