
ମାଲକାନଗିରି,ମାଲକାନଗିରି ଜିଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏକ ତିନିଜଣିଆ ଦଳ ଅନାଥ ପିଲାଙ୍କ ନିମନ୍ତେ ଭିତ୍ତିଭୂମି ପରଖିବା ସହ ଅନ୍ୟାନ୍ୟ ସମସ୍ତ ବିଷୟରେ ସମୀକ୍ଷା କରିଛନ୍ତି । ଏହା ପୂର୍ବରୁ ଅନାଥ ଶିଶୁଙ୍କୁ ଥ ଇଥାନ ନିମନ୍ତେ କୋରାପୁଟ ପଠା ଯାଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏହି ଅନାଥ ଗୃହ ହେବାପରେ ଏଠାରେ ସେମାନଙ୍କୁ ରଖାଯିବ ବୋଲି ସୂଚନା ମିଳିଛି ।
ଆଜି ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ଅନାଥ ପିଲାଙ୍କୁ ଏଠାରେ ରହିବାର ସୁଯୋଗ ଥିବାବେଳେ, ଏହି ଶିଶୁ ମାନଙ୍କ ଖାଇବା ପାଇଁ ପୁଷ୍ଟିକର ଆହାର, ଶୋଇବା ପାଇଁ ଆସବାବ ପତ୍ର, ଖେଳନା ସାମଗ୍ରୀ , ଶିକ୍ଷାଦାନ ବ୍ୟବସ୍ଥା, ପରିଚାଳିକା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିକା ଏହି ତିନିଜଣିଆ ଦଳ ସଂଗ୍ରହ କରିଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶିଶୁ ସୁରକ୍ଷା ସମିତିର କର୍ମକର୍ତ୍ତା ଚୁମୁକି ବେହେରା, ଦୀନବନ୍ଧୁ ଦାସ, ସୁନାକାର ପ୍ରମୁଖ ଉପସ୍ଥିତ ଥିବାବେଳେ ପରିବର୍ତ୍ତନ ସ୍ଵେଚ୍ଛାସେବୀ ସଙ୍ଗଠନ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ସହଯୋଗ କରିଥିଲେ । ଏହା ଫଳରେ ସମାଜରେ ଦିଗହରା ହେଉଥିବା ଅନେକ ଶିଶୁ ଜୀବନର ରାସ୍ତା ପାରିବେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO