
ଭୁବନେଶ୍ୱର – କେନ୍ଦ୍ର କ୍ୟାବିନେଟ୍ ଆଜି ଚଳିତ ରବି ଋତୁରେ ଉପôାଦିତ ଶସ୍ୟ ପାଇଁ ଏମ୍.ଏସ୍.ପି. ବୃଦ୍ଧି କରିଛନ୍ତି । ଗହମ, ଡାଲି, ସୋରିଷ, ଚଣା ଇତ୍ୟାଦି ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବଢିଥିଲା ବେଳେ ଧାନର ସହାୟକ ମୂଲ୍ୟ ଚଳିତ ବର୍ଷ ପାଇଁ ବୃଦ୍ଧି ନ ହେବା ଧାନ ଚାଷୀମାନଙ୍କ ପାଇଁ କେନ୍ଦ୍ରର ଦୀପାବଳୀ ଧୋକା ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି । କେବଳ ଓଡ଼ିଶା ନୁହେଁ, ଧାନ ଉପôାଦିତ ରାଜ୍ୟ, ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ, ବିହାର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟର ଧାନଚାଷୀମାନେ ଦର ନ ବଢିବା ଯୋଗୁଁ କ୍ଷତିଗ୍ରସ୍ତ ହେବେ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ତାଙ୍କ ପ୍ରତିକି୍ରୟାରେ ପ୍ରକାଶ କରିଛନ୍ତି । ବିଗତ ବେଶ୍ କିଛି ବର୍ଷ ଧରି ଓଡ଼ିଶା ସରକାର ଧାନ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଆସୁଛନ୍ତି । ଧାନର କ୍ୱିଂଟାଲ ପିଛା ମୂଲ୍ୟ ୨୯୩୦ ଟଙ୍କା କରିବା ପାଇଁ ଓଡ଼ିଶା ରାଷ୍ଟ୍ରପତିଙ୍କୁ ମଧ୍ୟ ଅତୀତରେ ସ୍ମାରକପତ୍ର ପ୍ରଦାନ କରିଛି । ଆଜି ଯେତେବେଳେ କେନ୍ଦ୍ର ସରକାର ଦୀପାବଳୀ ଅବସରରେ ଅନ୍ୟ ଶସ୍ୟମାନଙ୍କର ମୂଲ୍ୟବୃଦ୍ଧି କରିଛନ୍ତି, ଧାନ ଦରବୃଦ୍ଧି ନ କରିବା ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଚାଷୀମାନଙ୍କୁ ଏହା କଟା ଘା’ରେ ଲୁଣ ସଦୃଶ ହୋଇଛି । ଧାନ ଦର ବୃଦ୍ଧି ସଂଗ୍ରାମ କ୍ଷେତ୍ରରେ ଓଡ଼ିଶା ଯେତେବେଳେ ନେତୃତ୍ୱ ନେଇଛି, ଆଜି ସମୟ ଆସିଛି ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ, ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ, ବିହାର ଓ ଉତରପ୍ରଦେଶ ଭଳି ଧାନ ଉପôାଦିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥାବାର୍ତା କରି ଧାନ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରନ୍ତୁ । ଆଗାମୀ ନଭେମ୍ବର ୧୮ ତାରିଖରୁ ପାର୍ଲାମେଂଟର ଶୀତକାଳୀନ ଅଧିବେଶନ ବସିବାକୁ ଯାଉଛି । ଏହି ଅଧିବେଶନ ସମୟରେ ଏହିସବୁ ରାଜ୍ୟର ଶାସକ ଦଳ ସହିତ ଓଡ଼ିଶାର ମାନ୍ୟବର ସାଂସଦମାନେ ସମନ୍ୱୟ ରକ୍ଷା କରି ଧାନ ଚାଷୀଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଧାନ ଦର ବୃଦ୍ଧି ପାଇଁ ପାର୍ଲାମେଣ୍ଟରେ କେନ୍ଦ୍ର ସରକାରଙ୍କୁ ଘେରିବାର ଉଦ୍ୟମ କରନ୍ତୁ । ଆବଶ୍ୟକ ପଡ଼ିଲେ ଏହିସବୁ ଦଳର ସାଂସଦମାନଙ୍କୁ ସାଙ୍ଗରେ ନେଇ ପାର୍ଲାମେଣ୍ଟ ପରିସରସ୍ଥିତ ଗାନ୍ଧୀମୂର୍ତି ସମ୍ମୁଖରେ ରାଜ୍ୟର ସାଂସଦମାନେ ଧାନଚାଷୀମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଧାରଣା ଦେବାପାଇଁ ଶ୍ରୀ ବେହେରା ସେମାନଙ୍କୁ ନିବେଦନ କରିଛନ୍ତି । କାରଣ ଆମ ରାଜ୍ୟର ଶତକଡ଼ା ୮୦ ଭାଗ ଚାଷୀ ଧାନ ଚାଷ ଉପରେ ନିର୍ଭର କରନ୍ତି । ବର୍ଷକୁ ବର୍ଷ ଧାନ ଚାଷ ପାଇଁ ଇନ୍ପୁଟ୍ କଷ୍ଟ୍ ଯଥା-ମଜୁରୀ, ସାର, ଔଷଧ ଓ ଜଳସେଚନ ଖର୍ଚ୍ଚ ବଢ଼ିବଢ଼ି ଚାଲିଛି । ଓଡ଼ିଶାର ସରକାରଙ୍କର ଏକ ହିସାବ ଅନୁଯାୟୀ ଗତବର୍ଷ ସୁଦ୍ଧା ଏକ କ୍ୱିଂଟାଲ୍ ଧାନ ଉପôାଦନ ଖର୍ଚ୍ଚ ୨୩୪୪ ଟଙ୍କା ଏବର୍ଷ ତାହା ଆହୁରି ବୃଦ୍ଧି ପାଇଛି । ତେଣୁ ଏହାକୁ ଆଖି ଆଗରେ ରଖି ଓଡ଼ିଶା ସାଂସଦମାନେ ତଥା ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଏହି ଧାନଚାଷୀ ମାରଣ ନୀତି ବିରୁଦ୍ଧରେ ଦୃଢ ସ୍ୱର ଉତୋଳନ କରିବା ସଙ୍ଗେସଙ୍ଗେ ଚାଷୀମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ସଂସଦରେ ଅନ୍ୟାନ୍ୟ ଦଳମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଏହି ସଂଗ୍ରାମକୁ କ୍ରିୟାଶୀଳ ଓ ଶାଣିତ କରିବାକୁ ଶ୍ରୀ ବେହେରା ଏହି ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।