-
ସୌମ୍ୟଙ୍କ ସରକାରୀ ବାସଭବନନ ଯାଂଚ୍ କଲା କ୍ରାଇମବ୍ରାଂଚ ଟିମ୍
-
ଘର ଭିତରେ ପୋଡା ଦାଗ ରହିଛି – କ୍ରାଇମବ୍ରାଂଚ ଡିଏସପି

ପାରଳାଖେମୁଣ୍ଡି, ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ଓ ପୋଲିସ ପକ୍ଷରୁ ତଦନ୍ତ ଜାରୀ ରହିଛି । ସୌମ୍ୟଙ୍କ ସରକାରୀ ବାସଭବନନରେ କ୍ରାଇମବ୍ରାଂଚ ଟିମ୍ ପହଂଚି ଘର ଭିତର ଯାଂଚ୍ କରିବା ପରେ କ୍ରାଇମବ୍ରାଂଚ ଡିଏସପି ସୂଚନା ଦେଇଛନ୍ତି ଯେ, ଘର ଭିତରେ ପୋଡା ଦାଗ ରହିଛି । ଏନେଇ କ୍ରାଇମବ୍ରାଂଚ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି । ଅନ୍ୟପକ୍ଷରେ ସୌମ୍ୟଙ୍କ ସରକାରୀ ବାସଭବନରେ ପୋଲିସ ଓ କ୍ରାଇମବ୍ରାଂଚ ଟିମ୍ ପକ୍ଷରୁ ଯାଂଚ୍ ଚାଲିଛି । ଘରର ବିଭିନ୍ନ ସ୍ଥାନରୁ ସୁରାକ୍ ଖୋଜୁଛି କ୍ରାଇମବ୍ରାଂଚ । ଘର ଭିତରର ବିଭିନ୍ନ ସ୍ଥାନର ଭିଡ଼ିଓଗ୍ରାଫି କରାଯାଇଛି ।
-
ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
ଆଜି ଡ଼ିଏଫଓଙ୍କୁ ପଚରାଉଚରା କରିବ ପୋଲିସ
ପାରଳାଖେମୁଣ୍ଡି, ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଜି ଡ଼ିଏଫଓ ସଂଗ୍ରାମ ବେହେରାଙ୍କୁ ପଚରାଉଚରା କରିବ ପୋଲିସ । ପାରଳାଖେମୁଣ୍ଡି ପୋଲିସ ସୂତ୍ରରୁ ଏହି ସୂଚନା ମିଳିଛି । ଏତଲାରେ ଡ଼ିଏଫଓଙ୍କ ନାମ ଥିବାରୁ ତାଙ୍କୁ ପୋଲିସ ପଚରା ଉଚରା କରିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO