-
ଆସନ୍ତା କାଲି ନୀଳାଦ୍ରି ବିଜେ

ପୁରୀ, ଆଜି ରଥ ଉପରେ ଲାଗି ହେବ ଅଧର ପଣା । ଗତକାଲି ସୁନାବେଶ ପରେ ଆଜି ରଥ ଉପରେ ତିନି ଠାକୁରଙ୍କ ଅଧରପଣା ଅର୍ପଣ କରାଯିବ । ଅଧରଚୁମ୍ବି ମାଟି ପାତ୍ରରେ ଏହି ପଣା ଲାଗି ହେବ । ପ୍ରତି ରଥରେ ତିନୋଟି ଲେଖାଏଁ ମାଟି ପାତ୍ରରେ ଅଧରପଣା ଲାଗି କରାଯିବ । ଶ୍ରୀଜୀଉଙ୍କ ଯାତ୍ରା କ୍ଳାନ୍ତି ମେଂଟାଇବା ସହ ରଥରେ ଥିବା ପାଶ୍ୱର୍ ଦେବାଦେବୀ ଚଣ୍ଡି ଚାମଣ୍ଡା ଅଧର ହାଣ୍ଡି ଭଙ୍ଗାଯିବା ପରେ ପ୍ରସାଦ ପାଇ ସନ୍ତୁଷ୍ଟ ହେବେ ।
ଅଧରପଣା ପ୍ରସ୍ତୁତି ପାଇଁ ଅନେକ ଆବଶ୍ୟକୀୟ ସରଞ୍ଜାମ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ମଠ ଯୋଗାଇ ଦେଇଥାନ୍ତି । ପଣାରେ କ୍ଷୀର, ଛାଚି, ସର, ଚିନି, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, ଅଳେଇଚ, କର୍ପୁର ଓ ଜାଇଫଳ ମିଶାଯାଇଥାଏ । ଛାଉଣି ମଠ ସମ୍ମୁଖ କୂଅରୁ ପାଣି ଅଣାଯାଇ ଗୋଟିଏ ବଡ ପିତଳ ହାଣ୍ଡିରେ ସାମଗ୍ରୀଗୁଡିକ ରଖାଯିବା ପରେ ପଣା ପ୍ରସ୍ତୁତ ହୋଇଥାଏ ।ଆଜି ରଥ ଉପରେ ସକାଳ ସାଢ଼େ ୭ଟାରେ ଅବକାଶ ପୂଜା, ୭ଟା ୪୫ ରେ ବେଶ, ୯ଟା ୨୦ ରେ ଗୋପାଳ ବଲ୍ଲଭ ପରେ ପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଛି । ମଧ୍ୟାହ୍ନ ଧୂପ ପରେ ଅଧର ପଣା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ସେହିପରି ଆସନ୍ତାକାଲି ନୀଳାଦ୍ରି ବିଜେ । ରଥାରୁଢ଼ ଶ୍ରୀବିଗ୍ରହ ମାନେ ଆସନ୍ତା କାଲି ଶ୍ରୀମନ୍ଦିରକୁ ବିଜେ କରିବେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO