-
ଆଜି ଜିଲ୍ଲାରୁ ୮୪ ନୂଆ କରୋନା ପଜିଟିଭ ଚିହ୍ନଟ
-
ସଂକ୍ରମିତମାନଙ୍କ ସଂଖ୍ୟା ୩୭,୯୭୬କୁ ବୃଦ୍ଧି ।

ବାରିପଦା, ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜୁଲାଇ ୨୦ରେ ଜାରି କରାଯାଇଥିବା ରିପୋର୍ଟ ଆଧାରରେ ମୟୂରଭଞ୍ଜ ଜିଲ୍ଲାରୁ ଚିକିତ୍ସାଧୀନ କୋଭିଡ଼-୧୯ ସଂକ୍ରମିତମାନଙ୍କ ମଧ୍ୟରୁ ୫୦, ୬୦, ୬୨, ୮୫ ବର୍ଷର ପୁରୁଷଙ୍କ ସହ ୭୦ ଓ ୭୫ ବର୍ଷିୟା ମହିଳାଙ୍କୁ ମିଶାଇ ୬ ଜଣ ପ୍ରାଣ ହରାଇଥିବାର ଜଣାପଡ଼ିଛି । ଆଜକୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୦.୫୦ ପ୍ରତିଶତ ହାରରେ ୧୯୧ରେ ପହଁଞ୍ଚିଥିବା ବେଳେ କେବଳ ଚଳିତ ଜୁଲାଇ ମାସର ୨୦ ଦିନ ମଧ୍ୟରେ ୬୩ ଜଣଙ୍କର ମୃତ୍ୟୁ ହୋଇଥିବାର ସରକାରୀ ସୂତ୍ରରୁ ସୂଚନା ମିଳିଛି । ଏଥି ସହିତ ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାର କୁହାଯାଇଛି ।
ଏହି ସମୟରେ ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୨,୦୮୫ କରୋନା ସଂକ୍ରମିତମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୮୪ ପଜିଟିଭ ରହିଛନ୍ତି ଏବଂ ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୩୭,୯୭୬ରେ ପହଁଞ୍ଚିଛି । ଏଥି ସହିତ ଜୁଲାଇ ୧୯ ପର୍ଯ୍ୟନ୍ତ ଜିଲ୍ଲାରୁ ୯୭.୪୪ ପ୍ରତିଶତ ହାରରେ ୩୬,୯୨୩ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଜୁଲାଇ ୨୦ ପୂର୍ବାହ୍ନ ସୁଦ୍ଧା ୨.୨୬ ପ୍ରତିଶତ ହାରରେ ୮୫୯ ଜଣ ସକ୍ରିୟ ଥାଇ ବାଙ୍କିଶୋଳ କୋଭିଡ଼ ହସପିଟାଲ, ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼, କୋଭିଡ଼ କେୟାର ସେଣ୍ଟର ଓ କଟକ-ଭୂବନେଶ୍ୱର ଆଦିରେ ଚିକିତ୍ସା ହେଉଛନ୍ତି । ସେହିପରି କେବଳ ଜୁଲାଇ ମାସର ୨୦ ଦିନରେ ଜିଲ୍ଲାରୁ ୨,୪୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୯ ଦିନରେ ୩,୦୦୨ ଜଣ ସୁସ୍ଥ ହୋଇ ଫେରିଥିବାର ଜଣାପଡ଼ିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO