
ନୂଆପଡା, ନୂଆପଡା ଜିଲ୍ଲା ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଡାକ୍ତର ଦୀନବନ୍ଧୁ ମହାନନ୍ଦଙ୍କୁ ଏଫଇଏସ ଓ ୟାର ସଙ୍ଗଠନ ପକ୍ଷରୁ ମାକ୍ସ, ସେନିଟାଇଜର, ପିପିକିଟ ଓ ଗ୍ଲୋବ ମଙ୍ଗଲବାର ପ୍ରଦାନ କରାଯାଇଛି । ୨ ଅନୁଷ୍ଠାନ ପକ୍ଷରୁ ମୋଟ ୨୦୦ ଗୋଟି ଏନ-୯୫ ମାକ୍ସ, ୨୦ ଲିଟର ସେନିଟାଇଜର, ୨୦ ଗୋଟି ପିପି କିଟ ଓ ୩୦୦ ଗୋଟି ଗ୍ଲୋବ ପ୍ରଦାନ କରିଛନ୍ତି । ୟାର ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ଯୋଷୀ, ସମ୍ପାଦକ ହରିଦାସ ପଟେଲ ଉପସ୍ଥିତ ଥିଲେ । ସେହିପରି ଖଡିଆଳ ବ୍ଲକ ଡୁଆଝର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସେନିଟାଇଜର, ଗ୍ଲୋବ, ପିପି କିଟ ଓ ମାକ୍ସ ପ୍ରଦାନ କରାଯାଇଥିବା ନେଇ ୟାର ଅନୁଷ୍ଠାନର ସଭାପତି ମହେନ୍ଦ୍ର ଯୋଷୀ ସୂଚନା ଦେଇଛନ୍ତି ।