
କନ୍ଧମାଳ, ସରକାରଙ୍କ ନିଦେ୍ର୍ଧଶ ଅନୁସାରେ ଫୁଲବାଣୀରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ରଥ ଯାତ୍ରା ବନ୍ଦ ହେଲା । କେବଳ ରଥ ଯାତ୍ରାର ରୀତିନିତୀ ପାଳିତ ହେବା ସହିତ ମନ୍ଦିର ପ୍ରଙ୍ଗଣରେ ହିଁ ତିନି ଠାକୁରଙ୍କ ରଥ ଯାତ୍ରା ଏବଂବାହୁଡା ଯାତ୍ରାର ବିଧିବିଧାନ ପାଳିତ ହୋଇଯାଇଛି । ଏହି ଅବସରରେ ସେଠାରେ ଅଳ୍ପ ସେବାୟତଙ୍କ ଉପସ୍ଥିତିରେ ଏହି ସବୁ ବିଧିବିଧାନ ପାଳିତ ହୋଇଯାଇଛି । ଏହି ଅବସରରେ ସେଠାରେ ଭକ୍ତ ମାନଙ୍କୁ ଦର୍ଶନ ପାଇଁ ଅନୁମତି ନଥିବାରୁ ଏହି ଯାତ୍ରାରେ ଜନ ଗହଳି ଦେଖିବାକୁ ମିଳିନଥିଲା ।ଏଥିପାଇଁ ଭକ୍ତ ମାନେତିନି ଠାକୁରଙ୍କୁ ଦର୍ଶନ କରିବାରୁ ବଂଚିତ ହେବା ସହିତ ଏହି ପର୍ବର ଅନନ୍ଦ ଉଠାଇପାରିଲେ ନାହିଁ । ହେଲେ ଫୁଲାବାଣୀ ସହରର ଗଳିକନ୍ଦିରେ ଛୋଟଛୋଟ ପିଲାମାନେ ଏକାଠି ହୋଇ ଛୋଟଛୋଟ ରଥ ମାନ ତିଆରି କରି ଶ୍ରଦ୍ଧାର ସହିତ ତିନି ଠାକୁରଙ୍କୁ ପୂଜା ଅର୍ଚ୍ଚନା କରି ବାହୁଡା ଯାତ୍ରାକୁ ଆନନ୍ଦ ସହକାରେ ପାଳିଛନ୍ତି । ଫୁଲବାଣୀର ନଦିଖଣ୍ଡି ସାହି,ପିଅନପଡା,ମାଷ୍ଟ୍ରପଡା ଭଳି ଅନେକ ସାହିର ପିଲାମାନେ ଖୁବ ଅନନ୍ଦ ସହକାରେ ଆଜି ତିନି ଠାକୁରଙ୍କ ବାହୁଡା ଯାତ୍ରାକୁ ପାଳିଛନ୍ତି । ଅଂଚଳର ବଡ ଲୋକମାନେ ମଧ୍ୟ ଏହାର ଆନନ୍ଦ ଉପୋଭୋଗ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO