
ନୂଆପଡା, ୨୦୨୦ ବର୍ଷ ଖରିଫ ଋତୁ ରେ ଧାନ ଫସଲ ନଷ୍ଟ ହୋଇଯାଇଥିବାରୁ ବୀମାରାଶି ଦାବୀ କରି ନୂଆପଡା ଜିଲ୍ଲାପାଳଙ୍କ ଦ୍ୱରାସ୍ଥ ହୋଇଛନ୍ତି ଖଡିଆଳ ବ୍ଲକ ଖାସବାହାଲ ପଞ୍ଚାୟତର ଚାଷୀ । ଜିଲ୍ଲାପାଳ ସ୍ୱାଧାଦେବ ସିଂଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଧାନ ଅମଳ ସମୟରେ ପ୍ରବଳ ବର୍ଷା ସହ ବନ୍ୟ ପଶୁଙ୍କ ଦ୍ୱାରା ଫସଲ ନଷ୍ଟ ହୋଇଯାଇଥିବାରୁ ନିୟମାନୁସାରେ ବୀମା ରାଶି ପ୍ରଦାନ କରିବାକୁ ବୀମା କମ୍ପାନୀ ରିଲାଏନ୍ସଙ୍କୁ ନିର୍ଦ୍ଦେଶ ଦେବାକୁ ଚାଷୀ ମାନେ ଅନୁରୋଧ କରିଥିଲେ । ଅଭିଯୋଗ ମୁତାବକ ଗତବର୍ଷ ଉକ୍ତ ପଞ୍ଚାୟତରେ ଧାନଫସଲ ନଷ୍ଟ ହୋଇଯାଇଥିବା ବେଳେ କୃଷି ବିଭାଗ ଓ ରିଲାଏନ୍ସ କମ୍ପାନୀ ତରଫରୁ କ୍ରଫ କଟିଂ କରାଯାଇଥିଲା । ଓଜନ କମ ଆସିଥିବାରୁ ବୀମା କମ୍ପାନୀର ଜିଲା କର୍ମଚାରୀ ଅଧିକ ଓଜନ ଦେଖାଇବାକୁ ଚାହୁଁଥିଲେ । ଚାଷୀ ମାନେ ଏହାର ପ୍ରତିବାଦ କରିବାରୁ ୨ ଲକ୍ଷ ଟଙ୍କା ଦାବୀ କରିଥିଲେ । ନହେଲେ ବୀମା ରାଶି ପାଇବ ନାହିଁ ବୋଲି କହିଥିଲେ । ଚାଷୀ ମାନେ ତାଙ୍କର ଦାବୀ ପୂରଣ ନକରିବାରୁ ସେ ମିଥ୍ୟା ପ୍ରସଙ୍ଗ ସବୁ ଉପସ୍ଥାପନ କରିବାରୁ ଏପର୍ଯ୍ୟନ୍ତ କେହି ବୀମା ରାଶି ପାଇ ପାରିନାହାନ୍ତି । ୨୦୧୮ ରେ ମଧ୍ୟ ଉକ୍ତ ପଞ୍ଚାୟତ ମରୁଡିର ଶିକାର ହେବା ସହ ରାଜ୍ୟ ସରକାରଙ୍କ ଦ୍ୱାରା ମରୁଡି ଘୋଷିତ ହୋଇ କ୍ଷତି ପୂରଣ ପାଇ ପାରିଥିଲା, କିନ୍ତୁ ଏହି କମ୍ପାନୀ ବୀମା ରାଶି ଦେଇନଥିଲା । ଚାଷୀ ମାନେ ରାସ୍ତାରୋକ ସହ ଜିଲ୍ଲାପାଳ ନୂଆପଡାଙ୍କ ସହ ଅନେକଥର ଆଲୋଚନା କରିଥିଲେ । କିନ୍ତୁ ସେମାନଙ୍କୁ ପ୍ରତିଶ୍ରତି ଛଡା କିଛି ମିଳିନଥିଲା । ୨୦୧୭ ମସିହାରେ ଅନେକ ପଞ୍ଚାୟତର ବୀମା ରାଶି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଶହ ଶହ ଚାଷୀ ଏହା ପାଇ ପାରି ନାହାନ୍ତି । ଏସବୁ ଉପରେ ଦୃଷ୍ଟିଦେବା ସହ ୨୦୨୦ ବର୍ଷ ସଫଲ ବୀମା ଅର୍ଥ ପ୍ରଦାନ ଓ ଉକ୍ତ ଲାଞ୍ଚୁଆ ପ୍ରତିନିଧିଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ କରାଯାଇଛି । ଚନ୍ଦ୍ରଶେଖର ବେହେରା, ଧରିଣୀଧର ବେହେରା, ଅରବିନ୍ଦ ବେହେରା, ହେମନ୍ତ କୁମାର ବେହେରା, କ୍ଷୀରସିନ୍ଧୁ ଶଗରିଆ, କୁନାଲ ଚରଣ ବେହେରା, ମନୋଜ ବେହେରା, ସୁଶାନ୍ତ ବେହେରା ପ୍ରମୁଖ ଜିଲାପାଳଙ୍କୁ ସାକ୍ଷାତ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO