
ଭଞ୍ଜନଗର, ଭଞ୍ଜନଗର ବ୍ଲକ ଓ ଏନଏସିର ବିଭିନ୍ନ ଜନ ହିତକର ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ମଙ୍ଗଳବାର ଓ ବୁଧବାର ଏହି ୨ଦିନ ମଧ୍ୟରେ ଏସବୁକୁ ଉଦଘାଟନ କରିବେ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।ଏହାଦ୍ୱାରା ସ୍ଥାନୀୟ ଜନସାଧାରଣ ବିଶେଷ ଉପକୃତ ହୋଇପାରିବେ।ରବିବାର ଏସମସ୍ତ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବା
ପରେ ମନ୍ତ୍ରୀ ଆରୁଖ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏସମ୍ପର୍କରେ ଆଲୋଚନା କରିଥିଲେ।୨୦ତାରିଖରେ ଢୁଢୁଆ କଲ୍ୟାଣ ମଣ୍ଡପ, ମୁଦୁଲି ପଲ୍ଲି ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠା,ଘରୋଇ ବସ ମାଲିକ ସଂଘ କାର୍ଯ୍ୟାଳୟ, ଏନଏସିର ୧୨ ଓ ୧୫ ନଂ ୱାର୍ଡର କମ୍ୟୁନିଟି ସେଣ୍ଟରକୁ ଉଦଘାଟନ ଏବଂ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କରାଯିବ।ସେହିପରି ୨୧ତାରିଖରେ ଫୁଲବାଣୀ ରାସ୍ତାର ଶ୍ରୀ ବିଭାର ଠାରେ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ନୂତନ କୋଠା,ଡିହ ପଢାଳ ଠାରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଉଦଘାଟନ ଭଳି ଅନ୍ୟ କେତେକ କାର୍ଯ୍ୟକ୍ରମ ରହିଛି।
ଜୟକୃଷ୍ଣ ପଟ୍ଟନାୟକ ଙ୍କ ରିପୋର୍ଟ….
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO