
ଭଞ୍ଜନଗର, ନିଜର ବିରଳ ବ୍ୟକ୍ତିତ୍ୱ, ଅସାଧାରଣ ଜ୍ଞାନ,ଅଗାଢ଼ ପାଣ୍ଡିତ୍ୟ ବଳରେ ସାହିତ୍ୟ, କାବ୍ୟ, କବିତା ରଚନା କରି ଦେଶ ବିଦେଶରେ ଚର୍ଚ୍ଚିତ ଘୁମୁସର ମାଟିର ଗର୍ବ ଗୌରବ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ।ତାଙ୍କର କାଳଜୟୀ ରଚନା କୁ ନେଇ ଆଜି ମଧ୍ୟ ଆମେ ଗର୍ବିତ।ତାଙ୍କରି ସ୍ମୃତିରେ ଭଞ୍ଜନଗର ଏନଏସି ତରଫରୁ ସହର ମଧ୍ୟ ଭାଗରେ ସ୍ଥାପିତ ହୋଇଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି। ଏଠାରେ ତାଙ୍କରି ଉଦ୍ଦେଶ୍ୟରେ ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥାଏ।ଏହାର ରକ୍ଷଣାବେକ୍ଷଣ ଦାୟୀତ୍ୱ ମଧ୍ୟ କିଛି ସଙ୍ଗଠନ ହାତକୁ ନେଇ ନିଜକୁ ଧନ୍ୟ ମଣୁଛନ୍ତି।ବହୁ ସାହିତ୍ୟିକ ଉପେନ୍ଦ୍ର ଭଞ୍ଜଙ୍କୁ ନିଜର ଆଦର୍ଶ ବୋଲି ଗ୍ରହଣ କରି ସମ୍ମାନ ଜଣାଇ ଆସୁଥିବା ବେଳେ କେହି ଦୁର୍ବୁତ୍ତ ଗତ ରାତିରେ ପ୍ରତିମୂର୍ତ୍ତିର ଉପର ଭାଗରେ ଗାମୁଛା ଗୁଡ଼ାଇ ତାହାକୁ ବିଦ୍ରୁପ କରିଥିବା ରବିବାର ସକାଳେ ଦେଖିବାକୁ ମିଳିଥିଲା।ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା।ପୁଯ୍ୟପୂଜା ପ୍ରତି ଏହା ଘୋର ଅପମାନ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସହରର କିଛି ବୁଦ୍ଧିଜୀବି ଦାବୀ କରିଛନ୍ତି।
ଜୟକୃଷ୍ଣ ପଟ୍ଟନାୟକ ଙ୍କ ରିପୋର୍ଟ….
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO