ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା କୁମ୍ପାପଡା ବସଷ୍ଟାଣ୍ଡ ନିକଟରେ ଘଟିଛି ସଡକ ଦୁର୍ଘଟଣା। ରାସ୍ତା କଡରେ ଛିଡା ହୋଇ କଥା ହେଉଥିବା ଲୋକଙ୍କୁ ଧକ୍କା ଦେଲା କାର ଦୁଇ ମୃତ,ଜଣେ ଗୁରୁତର।ମୃତକ ମାନେ ହେଲେ ଯାତ୍ରା ଗ୍ରାମର ପ୍ରଭାକର ମହାନ୍ତି ଅନ୍ୟଜଣେ ଆମ୍ବପୁଆ ଗ୍ରାମର ସନ୍ତୋଷ ସେଠି।ଗୁରୁତର ଜଣକ ହେଲେ କୁମ୍ପାପଡା ଗ୍ରାମର ବିଜୟ ସେଠୀ।ସୂଚନା ମୁତାବକ ତିନିଜଣ ବ୍ୟକ୍ତି ରାସ୍ତା କଡ଼ରେ ଠିଆ ହୋଇ ମେଡ଼ିସିନ କିଣିବା ବିଷୟରେ କଥା ବାର୍ତ୍ତା ହେଉଥିଲେ।ହଠାତ ଭଞ୍ଜନଗର ରୁ ଭୁବନେଶ୍ୱର ଆଡକୁ ଯାଉଥିବା ଏକ କାର ଦ୍ରୁତଗତିରେ ଆସି ଲୋକଙ୍କୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡିଥିଲା।ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ତଳେ ପଡିରହିଥିଲେ।ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ଗୁରୁତରଙ୍କୁ ଉଦ୍ଧାର କରି ଜଗନ୍ନାଥପ୍ରସାଦ ମେଡିକାଲରେ ଭର୍ତି କରିଛି। ସେଥିରୁ ଜଣେ ଗୁରୁତର ଙ୍କୁ ଭଞ୍ଜନଗର ପଠାଇବା ପରେ ଜଗନ୍ନାଥପ୍ରସାଦ ପୋଲିସ ପହଂଚି ମୃତଦେହକୁ ଜବତ କରି ଭଞ୍ଜନଗର ମେଡିକାଲକୁ ଶବ ବ୍ୟବଛେଦ ପାଇଁ ପଠାଇଛି।କାର ଭିତରେ ବସିଥିବା ଦୁଇଜଣ ଯୁବକ ଅଳ୍ପକେ ବର୍ତି ଯାଇଛନ୍ତି।ସେମାନଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି।