
ଆସିକା , ବିଧବା ମହିଳା ମାନଙ୍କ ଉନ୍ନତି ସକାଶେ ସାରା ଦେଶରେ ମହିଳା ଶକ୍ତି ସେବା ଟ୍ରଷ୍ଟ ଆଗେଇ ଆସିଥିବା ବେଳେ ଓଡ଼ିଶାରେ ମଧ୍ୟ ସଙ୍ଗଠନ ତାର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛି।ରବିବାର ଆସିକା ବ୍ଲକ ଅନ୍ତର୍ଗତ ହରଡ଼ାପଦର ପଞ୍ଚାୟତ କୁମ୍ଭାରୀ ଗ୍ରାମରେ ଉଭୟ ବ୍ଲକ ଓ ଏନଏସି ତରଫରୁ ମହିଳା ଶକ୍ତିର ପ୍ରଥମ ସାଧାରଣ ବୈଠକ ବ୍ଲକ ସଭାପତି ପ୍ରଶାନ୍ତ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ସଭାପତି ଡ଼.ରାମକୃଷ୍ଣ ପଟ୍ଟନାୟକ ଯୋଗ ଦେଇ ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଗୁଲାବ ଜୈଶ୍ୱାଲ, ଯୁବା ଅଧ୍ୟକ୍ଷା ଅନିତା ସିଂ, ରାଜ୍ୟ ଅଧ୍ୟକ୍ଷ ଆଡ଼ଭୋକେଟ ପ୍ରଭାତ କୁମାର ବାରିକଙ୍କ ନୀତି, ଆଦର୍ଶ ଓ ମହିଳା ଶକ୍ତିର ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲାର ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ପାଢୀ, ସନ୍ତୋଷ କୁମାର ସାହୁ,ଯୁବ ଅଧ୍ୟକ୍ଷ ଅଭିମନ୍ୟୁ ନାୟକ, ସଙ୍ଗିତା ମୁନି, ଭଞ୍ଜନଗର ଅଧ୍ୟକ୍ଷ ଜୟକୃଷ୍ଣ ପଟ୍ଟନାୟକ, ଚିନ୍ମୟ କୁମାର ବେବର୍ତ୍ତା, ବେଲଗୁଣ୍ଠା ଅଧ୍ୟକ୍ଷ ବିଭୂପାଦ ଜେନା ଉପସ୍ଥିତ ଥିଲେ।ଆସିକା ଅଞ୍ଚଳରେ ଥିବା ସମସ୍ତ ବିଧବା ମାଆ ଭଉଣୀ ମାନେ କିଭଳି ସଙ୍ଗଠନ ର ୬ଟି ଯୋଜନାରେ ସାମିଲ ହୋଇ ଉପକୃତ ହୋଇପାରିବେ ସେ ବିଷୟରେ ଅତିଥିମାନେ ମତ ଦେଇଥିଲେ।ଏଥିରେ ଦିଲୀପ କୁମାର ସାହୁ, ସ୍ୱପ୍ନା କୁମାରୀ ଲେଙ୍କା, କୁନି ବାରିକ ଓ ଅନ୍ୟ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO