
ପୁରୀ, ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତ୍ୟାହାର ପାଇଁ ସିପିଆଇଏମ, ସିପିଆଇ ଓ ଫରୱାର୍ଡ ବ୍ଲକ ତରଫରୁ ଓଡିଶା ବନ୍ଦ ର ଡାକରାରେ ପୁରୀ ବନ୍ଦରେ ସାମିଲ ହୋଇଛନ୍ତି । ଜିଲ୍ଲାପାଳ ଅଫିସ, କୋର୍ଟ, ବ୍ୟାଙ୍କ, ସମସ୍ତ ଅଫିସକୁ ଆନ୍ଦୋଳନକାରୀ ମାନେ ପିକେଟିଂ କରି ବନ୍ଦ କରିଥିଲେ । ଜିଲ୍ଲା କୋର୍ଟରେ ଜିଲ୍ଲାଜଜଙ୍କୁ ନିବେଦନ କରିଥଲେ । ମାନ୍ୟବର ଜିଲ୍ଲାଜଜ ଫେରିଯାଇ ଥିଲେ । ପେଟ୍ରୋଲ 103 ଟଙ୍କା, ଡିଜେଲ 98 ଟଙ୍କାରେ, ଗ୍ୟାସ୍ 400 ଟଙ୍କାରୁ 850 ଟଙ୍କା, ଖାଇବା ତେଲରେ 40 ପ୍ରତିଶତ ଆମଦାନୀ ଶୁଳ୍କ ଯୋଗୁଁ ଏହା 200 ଟଙ୍କାରେ ପହଁଚିଛି । ତେଲ, ସୁଜି, ଗହମ, ଚିନି, ମଟରର ଦର ୟା ଭିତରେ 70%ରୁ 80% ବଢ଼ିଲାଣି । କରୋନାରେ ଲୋକଙ୍କ ଜୀବିକା ଉଜୁଡି ଯାଇଛି । ଦର ବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ସଙ୍କଟ ଲଦି ଦେଇଛି । ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନି ସଂଶୋଧନ ଯୋଗୁଁ କଳାବଜାରୀ ମହଜୁଦ ବଢିଛି । ଧର ପଗଡ଼ ନଥିବା ଯୋଗୁଁ କୃତ୍ରିମ ଅଭାବ ସୃଷ୍ଟି ସହ ପରିବହନ ଖର୍ଚ୍ଚ ବଢିବା ଯୋଗୁଁ 23ଗୋଟି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଆକାଶ ଛୁଆଁ ହୋଇଛି । ଜୀବନ ରକ୍ଷାକାରୀ ଔଷଧର ଦର ମଧ୍ୟ ବଢିଛି । କେନ୍ଦ୍ର ସରକାର କରୋନା ସମୟରେ ତୈଳରୁ 2 ଲକ୍ଷ 95 ହଜାର କୋଟି ଟଙ୍କା ଟିକସ ଆଦାୟ କଲେ । ଖାଦ୍ୟ ସାମଗ୍ରୀରେ ଆମଦାନୀ ଶୁଳ୍କ ବଢ଼ାଇଲେ । ଦର ହୁ ହୁ ହୋଇ ବଢିଲା । ସେପଟେ କର୍ପୋରେଟ କ୍ଷେତ୍ରରେ ଲକ୍ଷ ଲକ୍ଷ କୋଟି ଟଙ୍କା ରିହାତି ଦେଲେ । କେନ୍ଦ୍ର ଓ ରାଜ୍ୟ ସରକାର ଦର ବୃଦ୍ଧି ପ୍ରତ୍ୟାହାର କରିବାକୁ ଦାବି କରି ଏହି ଅ।ନ୍ଦୋଳନରେ ସିପିଏମର ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ସିପିଆଇର ପ୍ରଦୀପ୍ତ ମହାନ୍ତି, ଫରୱାର୍ଡ଼ ବ୍ଲକ ର ଜିତେନ୍ଦ୍ରିୟ ବେହେରା, ଗୋବିନ୍ଦ ନାୟକ, ରଂଜିତ ନାୟକ, ପୂର୍ଣ୍ଣ ମୁଦୁଲି, ଟୁନା ନାୟକ, ମନୋରଞ୍ଜନ ମହାରଣା, ଜ୍ୟୋତି ପ୍ରକାଶ ନାୟକ, ବିଭୁତି ରାଉତରାୟ, ରବି ପ୍ରଧାନ, ପର୍ଶୁରାମ ମହାପାତ୍ର,ଗୟାଧର ପାଣ୍ଡଵ, ଗୋବିନ୍ଦ ମାଝୀ, ପି. ଯମୁନା, ସତ୍ୟଭାମା ବେହେରା, ବାହାନ ପରିଡା, ରବୀନ୍ଦ୍ର କାଣ୍ଡି, କୃଷ୍ଣ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO