ବୌଦ୍ଧ – ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ବିଲ କରାଇଦେବାକୁ କହି ପନ୍ଦର ହଜାର ଟଙ୍କା ଲାଂଚ ନେଉଥିବାବେଳେ ଘଂଟାପଡା ଜିଆରଏସ ଭିଜିଲାନସ ଦ୍ୱାରା ଧରାପଡିଛନ୍ତି । ସୂଚନା ଅନୁସାରେ କଂଟାମାଳ ବ୍ଲକ ଘଂଟାପଡା ପଂଚାୟତ କୁନାସିଲା ଗ୍ରାମ ରିସପାଲ ରଣାଙ୍କ ଆବାସ ଯୋଜନା ଘରର ବିଲ ପାଇଁ ବାରମ୍ବାର ଘଂଟାପଡା ପଂଚାୟତ ଅଫିସ ଦୈାଡିଦୈାଡି ନୟାନ୍ତ ହୋଇପଡିଥିଲେ । ଘରର ବିଲ ପାଶ କରିବାକୁ ଜିଆରଏସ ପାଣ୍ଡବ ମହଲା ୧୫ ହଜାର ଟଙ୍କା ଦେଲେ ବିଲ କରି ଦେବା ପାଇଁ ଶ୍ରୀ ରଣାଙ୍କୁ କହିଥିଲେ । ଶେଷରେ ଶ୍ରୀ ରଣା ନିରାଶ ହୋଇ ଭିଜିଲାନସ ର ଦ୍ୱାରସ୍ତ ହୋଇଥିଲେ । ଯୋଜନା ମୁତାବକ ମଙ୍ଗଳବାର ଦିନ ଘଂଟାପଡା ପଂଟାୟତ ଅଫିସ ପରିସର ମଧ୍ୟରେ ଲାଂଚ ଟଙ୍କା ନେବା ବେଳ ପୂର୍ବରୁ ଛକି ରହିଥିବା ଭିଜିଲାନସ ଟିମ ପାଣ୍ଡବକୁ ଧରିଥିଲେ । ଏବଂ ତାଙ୍କ ଠାରୁ ରଙ୍ଗ ପ୍ରଲେପ ଦିଆ ଟଙ୍କା ଜବତ କରିଥିଲେ । ଏହି ଚଢ଼ାଉରେ ବୌଦ୍ଧ ଭିଜିଲାନସ ଡିଏସପି ରବିକାନ୍ତ ସୁନା, ଇନସିପେକଟର ପୋଲସ୍ତି ଛତ୍ରିଆ, କନେÂବଳ ରାମଚନ୍ଦ୍ର ସାହୁ, ମନୋଜ ନାଏକ ଓ ଦିଲିପ ପ୍ରଧାନ ସାମିଲ ଥିଲେ ।
Related Stories
November 10, 2024
November 10, 2024
November 10, 2024