ଧର୍ମଶାଳା – ଯାଜପୁର ଜିଲା ଧର୍ମଶାଳା ବ୍ଳକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନେ୍ଦହଜନକ ମୃତୁ୍ୟର ପର୍ଦ୍ଧାଫାସ କରିଥିଲେ ମଧ୍ୟ ଏହା ସବୁ ମହଲରେ ବିଶ୍ୱାସଯୋଗ୍ୟ ହୋଇପାରି ନାହିଁ । ଘଟଣାକୁ ଯେତେ ବିଳମ୍ବ ହେଉଛି ସାଧାରଣରେ ସେତିକି ଅସନ୍ତୋଷ ବଢିବାରେ ଲାଗିଛି । ପୁଲିସ ଘଟଣାର ଆତ୍ମହତ୍ୟା ରୂପ ଦେଇଥିବା ବେଳେ ଏହାକୁ ବିରୋଧ କରି ଗତ କାଲି ବିଜେପି ପକ୍ଷରୁ ଜିଲା ବ୍ୟାପି ବନ୍ଦ ଡାକରା ଦେଇଥିଲା । ପରେ ଗୋଟିଏ ଦିନ ପରେ ଆଜି ନିଖିଳ ଉକ୍ରଳ ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ସଂଘ ଓ ଗ୍ରାମ ରୋଜଗାର ସେବକ ସଂଘ ଧର୍ମଶାଳା ତରଫରୁ ବ୍ଲକ କାର୍ଯ୍ୟାଳୟ ପରିସରରେ କଲମ ଛାଡ ଆନେ୍ଦାଳନକୁ ଓହ୍ଲାଇଛି । ଧର୍ମଶାଳା ବ୍ଲକ ଗ୍ରାମ ସେବିକା ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ରହସ୍ୟକୁ ନେଇ ବିବାଦ ଅଧିକ ଜଟିଳ ହୋଇପଡିଛି । ଏହାର ସଠିକ ତଦନ୍ତ ହୋଇ ନଥିବା ବେଳେ ଏଥିରେ ରାମକୋ ସିମେଂଟ କାରଖାନାର ମ୍ୟାନେଜର ଏବଂ ଆଡମିନ ମ୍ୟାନେଜରଙ୍କ ସମ୍ପୃକ୍ତି ଏବଂ ବହୁ ବଡବଡ ନେତାଙ୍କ ସମ୍ପୃକ୍ତି ରହିଥିବା ନେଇ ସଂଘ ପକ୍ଷରୁ କଲମ ଛାଡ ଆନେ୍ଦାଳନ କରି ଦାବି କରିଛି । ଏବଂ ସ୍ମିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ସହ ରାଜ୍ୟ ସରକାର ସିବିଆଇ ତଦନ୍ତ କରିବାକୁ ସୁପାରିଶ କରନ୍ତୁ ବୋଲି ସଂଘ ଦାବି କରିଥିଲା । ଏହି କଲମ ଛାଡ ଆନେ୍ଦାଳନରେ ଶତାଧିକ ସଂଘର ସଭ୍ୟସଭ୍ୟା ୬ ଘଂଟାରୁ ଉର୍ଦ୍ଧ ସମୟ ବସି ବିକ୍ଷୋଭ କରିଥିଲେ ।
Related Stories
November 27, 2024
November 27, 2024