ଧର୍ମଶାଳା – ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ରସୁଲପୁର ବ୍ଲକ ଶ୍ରୀବନ୍ତପୁର ପଂଚାୟତରେ ରବିବାର ବିଳମ୍ବିତ ରାତିରେ ଠେଙ୍ଗା ପାହାରରେ ଯୁବ ଟ୍ରକ୍ଟର ଡ୍ରାଇଭର ଶ୍ୟାମସୁନ୍ଦର ସ୍ୱାଇଁ(୨୪)ଙ୍କ ମୃତୁ୍ୟ ଘଟଣାରେ ଆଜି ପୁଲିସ ୨ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ୨ ଅଭିଯୁକ୍ତ ହେଲେ ଏହି ପଂଚାୟତ କାନପୁର ଗ୍ରାମର ରମେଶ ମୁଣ୍ଡା ଓ ବେଲ ମୁଣ୍ଡା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ରବିବାର ରାତି ପ୍ରାୟ ୧୦.୩୦ ମିନିଟ ସମୟରେ ଶ୍ୟାମସୁନ୍ଦର ସ୍ୱାଇଁ କୌଣସି କାମ ନେଇ ଏହି ପଂଚାୟତସ୍ଥ କାନପୁର ଆଦିବାସୀ ସାହିର ରମେଶ ମୁଣ୍ଡା(୪୪)ଘରକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟ ସାମାନ୍ୟ ବଚସା ହୋଇଥିଲେ । ଉକ୍ତ ସମୟରେ ରମେଶଙ୍କ ସମ୍ପର୍କୀୟ ବନ୍ଧୁଙ୍କ ସ୍ତ୍ରୀ ବେଲ ମୁଣ୍ଡାଙ୍କ ସହ ମଧ୍ୟ ବଚସା ହୋଇଥିଲା । ଏହି ବଚସାରେ ରମେଶ ରାଗି ଯାଇ ଏକ ଠେଙ୍ଗାରେ ଶ୍ୟାମସୁନ୍ଦରଙ୍କ ମୁଣ୍ଡ ଶକ୍ତ ପ୍ରହାର ଦେଇଥିଲା । ସେଠାରେ ଶ୍ୟାମଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଯାଜପୁର ରୋଡ କ୍ଷେତ୍ରୀୟ ମେଡିକାଲକୁ ନିଆଯାଇଥିଲା । ମେଡିକାଲରେ ପଂହଚିବା ପୂର୍ବରୁ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ଏବଂ ଏହି ଘଟଣାରେ ପୁଲିସ ରମେଶ ଓ ବେଲକୁ ଥାନାରେ ଅଟକ ରଖି ପଚରା ଉଚୁରା କରିଥିଲା । ତଦନ୍ତ ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ କୁଆଖିଆ ଥାନା ପକ୍ଷରୁ ସୂଚନା ଦିଆାଇଛି ।
Related Stories
October 15, 2024