
ବାରିପଦା,ମୟୂରଭଞ୍ଜ ଜିଲ୍ଲା ସହିତ ଓଡ଼ିଶାରେ ବେଆଇନ ଗୋ-ଚାଲାଣ ବୃଦ୍ଧି ପାଇଥିବା ବେଳେ ଏହାକୁ ରୋକିବାରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କେଶରିଆ ହିନ୍ଦୁ ବାହିନୀ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇଛି । ଜୁଲାଇ ୮ ବାରିପଦା ସହରର ପାଲବଣିସ୍ଥିତ ମ୍ୟାରେଜ ପ୍ୟାଲେସରେ କେଶରିଆ ହିନ୍ଦୁ ବାହିନୀ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବାହିନୀର ରାଷ୍ଟ୍ରୀୟ ସମ୍ପାଦକ ଅତୁଲ ମିଶ୍ରା ଓ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ପ୍ରଦେଶର ରାଜ୍ୟ ସଭାପତି ସନ୍ତୋଷ କୁମାର ଭୋଳ, ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରୀୟ ସମ୍ପାଦକ ଦିଲ୍ଲୀପ କୁମାର ଦାସ, ନିତୁ ଗୁପ୍ତା, ରାଷ୍ଟ୍ରୀୟ ପ୍ରଭାରୀ ଗୀତାଞ୍ଜଳୀ ଦାସ, ଜିଲ୍ଲା ସଭାପତି ହେମଲତା ଦାସ, ଜିଲ୍ଲା ମହିଳା ଉପସଭାପତି ମମତା ମଣ୍ଡଳ ପ୍ରମୁଖ ଯୋଗ ଦେଇ ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଅତିଥି ଶ୍ରୀମିଶ୍ରା ମୟୂରଭଞ୍ଜ ଜିଲ୍ଲା ସହିତ ସମଗ୍ର ଓଡ଼ିଶାରେ ମାତ୍ରାଧିକ ଭାବେ ବେଆଇନ ଗୋ-ଚାଲାଣ ବୃଦ୍ଧି ପାଇଥିବା ବେଳେ ଏହାକୁ ରୋକିବାରେ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । କିଛି ଦିନ ପୂର୍ବେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗର ଚୁଳିଆପୋଷିସ୍ଥିତ ଆରଏମସି ଗୋରୁ ହାଟରେ ବେଆଇନ ଗୋ-ଚାଲାଣ ଉପରେ ନଜର ରଖିବାକୁ କେଶରୀଆ ହିନ୍ଦୁ ବାହିନୀର ରାଷ୍ଟ୍ରୀୟ ସମ୍ପାଦକ ଦିଲ୍ଲୀପ କୁମାର ଦାସଙ୍କ ସହ ସଂଗଠନର କର୍ମକର୍ତାମାନେ ଯାଇଥିବା ସମୟରେ ସେଠାରେ ପୁଲିସ କର୍ମଚାରୀମାନଙ୍କ ଉପସ୍ଥିତିରେ ସେମାନେ ଆକ୍ରମଣର ଶିକାର ହୋଇଥିଲେ । ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରାଯିବା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ସମସ୍ତ ପ୍ରମାଣ ଉପସ୍ଥାପନ କରାଯିବା ପରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ମଧ୍ୟରୁ ପୁଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ୨୦ରୁ ଅଧିକ ଅଭିଯୁକ୍ତ ଆକ୍ରମଣକାରୀମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ଦୈନିକ ବେଆଇନ ଭାବେ ଶହ ଶହ ଗୋ-ଚାଲାଣ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ଟ୍ରକ ଓ ପିକ୍-ଅପ୍ ଆଦିକୁ ମଧ୍ୟ ଜବତ କରିବା ସମ୍ଭବ ହୋଇପାରୁ ନଥିବାରୁ କେଶରୀଆ ହିନ୍ଦୁ ବାହିନୀ ପକ୍ଷରୁ ଅନୁଷ୍ଠିତ ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ପୁଲିସର ବିଫଳତାକୁ ତୀବ୍ର ଭାବେ ସମାଲୋଚନା କରାଯାଇଛି ।ଏଥି ସହିତ ଆଜିର ଏହି କାର୍ଯ୍ୟକ୍ରମରେ ବାହିନୀର ନୂତନ ସଦସ୍ୟତା ଗ୍ରହଣ କରିଥିବା ନିତ୍ୟସିଦ୍ଧ ନାୟକ ଓ ପୃଥିବୀରାଜ ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସାଙ୍ଗକୁ ସତ୍ୟଜିତ୍ ମିଶ୍ରଙ୍କୁ ବାହିନୀର ଛାତ୍ର ସଙ୍ଗଠନର ସଭାପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO