
ଗଞ୍ଜାମ, ନକଲି ଫେସବୁକ୍ ଆକାଉଂଟ ଖୋଲି ଜଣେ ଯୁବତୀଙ୍କୁ ହଇରାଣ କରିବା ଅଭିଯୋଗରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ପ୍ରଦୀପ କୁମାର ସାହୁ । ତାଙ୍କ ଘର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଅଂଚଳରେ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ରୁହନ୍ତି । ସେ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରନ୍ତି ।
ସୂଚନା ଅନୁଯାୟୀ, ପ୍ରଦୀପ ଏହି ଯୁବତୀଙ୍କୁ ପ୍ରେମ କରୁଥିଲେ । ଯୁବତୀଙ୍କ ବାହାଘର ପରେ ମଧ୍ୟ ସେ ତାଙ୍କ ପିଛା ଛାଡିନଥିଲେ । ଏପରିକି ନିଜ ନାମରେ ଏକ ନକଲି ଫେସବୁକ୍ ଆକାଉଂଟ କରି ସେଥିରେ ବିଭିନ୍ନ ପ୍ରକାରର ଆପତିଜନକ ଫଟୋ ମେସେଜ୍ କରୁଥିଲେ । ଏନେଇ ଯୁବତୀ ଜଣକ ଗତ ୨୦୧୯ ଡ଼ିସେମ୍ବର ମାସରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ କେସ୍ ନଂ ୩୧୭/୧୯ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଥିଲା । ଶେଷରେ ବ୍ରହ୍ମପୁର ପୋଲିସର ଏକ ଟିମ୍ ଭୁବନେଶ୍ୱର ଯାଇ ପ୍ରଦୀପଙ୍କୁ ସେଠାରୁ ଗିରଫ କରିବା ସହ ତାଙ୍କୁ କୋର୍ଟଚାଲାଣ କରାଯାଇଛି । ତାଙ୍କ ନିକଟରୁ ଏକ ମୋବାଇଲ୍ ଫୋନ୍ ଓ ଏକ ସିମ୍ କାର୍ଡ଼କୁ ପୋଲିସ ଜବତ କରିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO