
ବେଲଗୁଣ୍ଠା ,ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିତରଣରେ ବ୍ୟାପକ ଅନିୟମିତତା ଏବଂ ଭ୍ରଷ୍ଟାଚାର ହୋଇଥିବା ନେଇ ବେଲଗୁଣ୍ଠା ବିଜେପି ପକ୍ଷରୁ ମହାମହିମ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି I ସ୍ମାରକ ପତ୍ରରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବିତରଣରେ ହୋଇଥିବା ଅନିୟମିତାର ଯାଂଚ୍ କରି ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି I ସୂଚନା ଥାଉକି ଓଡ଼ିଶାରେ 29.91 ଲକ୍ଷ ପକ୍କାଘର ଯୋଗାଇବା ପାଇଁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେଇଛନ୍ତି I କିନ୍ତୁ ରାଜ୍ୟ ସ୍ତରରେ ରାଜନୈତିକ ଉଦ୍ଦେଶ୍ୟ ରଖି ବିଭାଗୀୟ ଅଧିକାରୀ ମାନେ ହିତାଧିକାରୀ ଚୟନ କରୁ୍ଥିବା ଅଭିଯୋଗ ଆଣିଛି ବିଜେପି I ଏହା ସହିତ ରାଜ୍ୟ ସରକାର 2019 ମସିହାରେ କରିଥିବା ଜିଓ ଟ୍ୟାଗିଙ୍ଗ୍ ଏବଂ ଘର ସର୍ବେକ୍ଷଣରେ ମଧ୍ଯ ବହୁ ତୃଟି ବିଚ୍ୟୁତି ରହିଛି I ତେଣୁ ଯଥା ଶୀଘ୍ର ଏହି ତୃଟିପୂର୍ଣ୍ଣ ତାଲିକାର ସମୀକ୍ଷା କରିବା ସହିତ ସଂଶୋଧିତ ହିତାଧିକାରୀ ତାଲିକାକୁ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଦାବି ହୋଇଛି I ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ, ଗାଙ୍ଗପୁର ମଣ୍ଡଳ ସଭାପତି ସୁରେନ୍ଦ୍ର ଡାକୁଆ, ତନରଡା ମଣ୍ଡଳ ସଭାପତି ସୁଧାଂଶୁ ଶେଖର ପୋଲାଇ, ବିଜେପି ଜିଲ୍ଳା ସମ୍ପାଦକ ରଞ୍ଜନ ରାଉତ ପ୍ରମୁଖ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ୍ ମହାପାତ୍ରଙ୍କ ମାଧ୍ୟମରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO