
ରାଉରକେଲା, ଆଠ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ରାଉରକେଲା ଠାରେ ସହର ବାସୀଙ୍କ ଜଳ ସମସ୍ୟା ସମାଧାନ ଓ ଆହୁରି ଅନେକ କାରଣ ଲାଗି ଶିଲାନ୍ୟାସ କରିଥିବା କୋଏଲ ବ୍ୟାରେଜ ଆଠ ବର୍ଷ ଭିତରେ ହୋଇପାରିଲାନି ନିର୍ମାଣ ମୁଲ୍ୟ ୩ଶହକୋଟିରୁ ଅଧିକ ବଢିଗଲା ,ଏହାକୁ ନେଇ ଅନେକ ରାଜନୀତି ମଧ୍ୟ ହେଲା ,ତା ପରେ ଯାଇ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଚଳିତ ମାସ ୬ତାରୀଖରେ ଏହାର ଶୁଭଉଦଘାଟନ କଲେ ଓ ଏଥିରେ ଜିଲ୍ଲା ବିଜେଡି ମଧ୍ୟ ଖୁସି ଜାହିର କରିଥିବା ଜଣାପଡିଛି । ୨୦୧୩ ମସିହାର କଥା ,ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବର୍ତମାନର ବିଧାୟକ ସୁବ୍ରତ ତରାଇ,ସାରଦା ନାୟକ, ବିଶିଷ୍ଟ ନେତା ଦିଲୀପ ରାୟ ,ହେମାନନ୍ଦ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଝିରିପାଣି ନିକଟରେ କୋଏଲ ବ୍ୟାରେଜର ଶିଳାନ୍ୟାସ କଲେ ।ତା ପରେ ନିର୍ବାଚନ ପରେ ନିର୍ବାଚନ ଜିତିଲେ ଏ ସରକାର,ହେଲେ ଭୁଲିଗଲେ ଏହି ପ୍ରକଳ୍ପକୁ ।ସହର ବାସୀ ଖରାଦିନରେ ପାଣିଲାଗି ଅନେକି ସମସ୍ୟା ଦେଇ ଗତି କଲା ପରେ ବିରୋଧୀ ଦଳ ମାନେ ଏହି ପ୍ରକଳ୍ପାକୁ ସରକାରଙ୍କୁ ମନେପକାଇଥିଲେ । ଅନେକ ଦିନ ପରେ ସେ ସମୟର ପ୍ରକଳ୍ପ ମୁଲ୍ୟଠାରୁ ପ୍ରାୟ ୩୦୦କୋଟି ଟଙ୍କା ଅଧିକ ମୁଲ୍ୟରେ ଏହି ପ୍ରକଳ୍ପର ଶୁଭ ଉଦଗାଟନ କରାଗଲା । ତେବେ ଶିଲାନ୍ୟାସ ପରେ ଆଠ ବର୍ଷ ଅପକ୍ଷା କରିବାକୁ ପଡିଲା,ଏବେ ଶୁଭ ଉଦଘାଟନ ପରେ ଆଉ କେତେ ବର୍ଷ ଚାହିଁ ରହିବାକୁ ପଡିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ତେବେ ସେ ସମୟରେ ଏହି ପ୍ରକଳ୍ପର ରାସ୍ତା ସହ ୩୪୫ କୋଟି ମୁଲ୍ୟ ରହିଥିଲା । ତେବେ ୮ଜୁନରେ ନୁଆ ମୁଲ୍ୟ ଅନୁଶାରେ ଏହାର ମୁଲ୍ୟ ରାସ୍ତା ସହ ୬୬୨ କୋଟି ହୋଇଛି । ତେବେ ଏନେଇ ଟେଣ୍ଡର ସରିଛି ବୋଲି କୁହାଯାଇଥିବା ବେଳେ ସରକାର ଏନେଇ ବଜେଟରେ କୌଣସି ବ୍ୟବସ୍ତା କରିଛନ୍ତି କି ନାହିଁ ବୋଲି ପ୍ରଶ୍ନ କରାଯାଇଥିବା ବେଳେ ଏହାର କାମ ଶେଷ ହେବା ନେଇ କୌଣସି ସୁଚନା ରଖା ଯାଇନାହିଁ । ଠିକ ଆଠ ବର୍ଷ ତଳେ ଯେଉଁଭଳି ଶିଳାନ୍ୟାସ ହୋଇଥିଲା ସେହି ଭଳି ବିଶ୍ରା ଠାରେ ଭର୍ଚୁଆଲ ମୋଡରେ ଏହାର ଶୂଭ ଉଦଘାଟନ କରାଯାଇଛି । ଆଗକୁ ପଚାଂୟତ ନିର୍ବାଚନ ସହ ପୌର ନିର୍ବାଚନ ଲାଗି ବିଜେଡି ଦଳ ପ୍ରସ୍ତୁତ ହେବା ସହ ତାର ଦଳୀୟ ସ୍ଥରରେ କାମ ସାରୁଛି । ଏତିକି ବେଳେ ରହିଯାଇଥିବା କାମକୁ କିଭଳି କରାଯାଇପାରିବ ଓ ଲୋକଙ୍କ ମନରେ ଭରଷା ସୃଷ୍ଟି କରାଜିବ ସେ ନେଇ ଏହା ଏକ ଉଦ୍ୟମ ବୋଲି ବିରୋଧୀ ମାନେ ମତ ଦେଇଛନ୍ତି । ସେମାନେ କହିଛନ୍ତି ଏ ସରକାର କାଳରେ ଏହିଭଳି ଅନେକ ପ୍ରକଳ୍ପ କରାଯାଇ ପାରିନାହିଁ,ବଡ ପ୍ରକଳ୍ପ ହେଉଛି ବ୍ରାହ୍ମଣୀ ନଦୀର ସୁରକ୍ଷା ଓ ସ୍ୱଛତାକୁ ନେଇ ହେବାକୁ ଥିବା ପ୍ରକଳ୍ପ ଏଯାଏ ହୋଇପାରିଲା ନାହିଁ,ଏବେ ବି ସହର ତଥା ଆଖ ପାଖରେ ଥିବା କଳ କାରଖାନାର ପାଣି ଯାଇ ବ୍ରାହ୍ମଣୀକୁ ପ୍ରଦୁଷିତ କରୁଛି ଓ ଲୋକେ ସେହି ପାଣିକୁ ପିୟୁଛନ୍ତି । ସ୍ମାର୍ଟ ସିଟିକୁ ନେଇ ଅନେକ କଥା କୁହାଗଲା ,କୋଟି କୋଟି ଟଙ୍କା କେନ୍ଦ୍ର ସରକାର ଦେଲେ ହେଲେ ଆଜିଯାଏ ସହରବାସୀ ଜାଣି ପାରୁନାହାନ୍ତି ରାଉରକେଲା ସ୍ମାର୍ଟ ହେବ କେବେ ? ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO