ଧର୍ମଶାଳା – କେନ୍ଦ୍ର ସରକାର ଓ ଓଡିଶା ସରକାର ଗ୍ରାମଂଚଳ ବ୍ୟବସାୟୀ ମାନଙ୍କ ପ୍ରତି ଦେଇଥିବା ଐତିହାସିକ ପଦକ୍ଷେପକୁ ବଡଚଣା ବଜାରର ୪ଟି ବଜାର କମିଟି ପକ୍ଷରୁ ମା ସାର୍ବଜନୀନ ଦୁର୍ଗା ମଣ୍ଡପ ଠାରେ ପ୍ରାକ୍ତନ ସରପଂଚ ନୀଳଖଣ୍ଠ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁÂିତ ହୋଇଯାଇଛି । ଉକ୍ତ ବୈଠକରେ ଚିତରଞ୍ଜନ ପ୍ରଧାନ, ଅମୁଲ୍ୟ କୁମାର ବରାଳ, ସନ୍ତୋଷ କୁମାର ଜେନା, ଉମେଶ କୁମାର ଶିବଦାସ, ପ୍ରଦୀପ୍ତ କୁମାର ସାହୁ, ନୀଳଖଣ୍ଠ ବରାଳ, ବୈ÷କୁଣ୍ଠ ସାମଲ ଓ ସମାଜସେବୀ ପ୍ରଦୀପ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଗ୍ରାମାଂଚଳ ବ୍ୟବସାୟୀଙ୍କ ପ୍ରତି ନେଇଥିବା ଐତିହାସିକ ପଦକ୍ଷପେ ହେବା ଦ୍ୱାରା ଓଡିଶା ରାଜ୍ୟର କ୍ଷୁଦ୍ର ବ୍ୟବସାୟୀ ମାନେ ଉପକୃତ ହେବେ ବୋଲି ସଭାପତି ନୀଳକଣ୍ଠ ମିଶ୍ର ଆଲୋଚନା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟ ମୁଖ୍ୟ ଶାସନ ସଚ୍ଚିବ, ଆୟକର କମିଶନର ଓ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରିିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି । ଶେଷରେ ସମାଜସେବୀ ପ୍ରଦୀପ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଛନ୍ତି ।
Related Stories
December 12, 2024