-
୩୦, ୮୦୬ ଜଣଙ୍କୁ କୋଭାକ୍ସିନ ଓ ୧୪, ୯୮୬ ଜଣଙ୍କୁ କୋଭିସିଲ୍ଡ ଟୀକା ଦିଆଗଲା

ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବିଭିନ୍ନ ବ୍ଲକ୍ ଓ ସହରାଚଂଳକୁ ମିଶାଇ ୨୬ଟି ଓ ବ୍ରହ୍ମପୁର ସହରରେ ୧୨ଟି କେନ୍ଦ୍ରରେ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୮ରୁ ୪୪ ବର୍ଷର ୨୬, ୨୧୩ ଜଣଙ୍କୁ ଓ ୪୫ ରୁ ୫୧ ବର୍ଷର ୩,୭୯୭ ଜଣ ଓ ୭୯୪ ଜଣଙ୍କୁ କୋଭାକ୍ସିନ ଟୀକା ପ୍ରଦାନ କରାଯାଇଛି ।ସେହିପରି ଦ୍ୱିତୀୟ ଡୋଜ୍ ରେ ୧୮ରୁ ୪୪ ବର୍ଷର ୪୦ ଜଣ, ୪୫ରୁ ୫୯ ବର୍ଷର ୧୧,୪୦୫ ଓ ୩,୪୮୫ ଜଣ ବରିଷ୍ଠ ନାଗରିକଙ୍କୁ କୋଭିସିଲ୍ଡ ଟୀକା ପ୍ରଦାନ କରାଯାଇଛି । ବ୍ରହ୍ମପୁର ସହରର ୧୨ଟି କେନ୍ଦ୍ରରୁ ୪ଟି କେନ୍ଦ୍ରରେ ଦ୍ୱିତୀୟ ଡୋଜ୍ କୋଭିସିଲ୍ଡ ଓ ୮ଟି କେନ୍ଦ୍ରରେ ପ୍ରଥମ ଡୋଜ୍ ଭାବେ କୋଭାକ୍ସିନ ଟୀକା ପ୍ରଦାନ କରାଯାଇଛି । ଏହି ୧୨ଟି କେନ୍ଦ୍ରରେ ୫,୦୦୦ ଟୀକାକରଣ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୬,୫୧୧ ଜଣଙ୍କୁ ଟୀକା ପ୍ରଦାନ କରାଯାଇଛି । ୩,୫୪୩ ଜଣଙ୍କୁ କୋଭାକ୍ସିନ ଓ ୨୯୭୮ ଜଣଙ୍କୁ କୋଭିସିଲ୍ଡ ଟୀକା ପ୍ରଦାନ କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO