
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିକଟରେ ଅ।ଜି ସକାଳେ ଘଟିଯାଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ଜଣେ ଗୁରୁତର ଭାବେ ଅ।ହତ ହୋଇଛନ୍ତି ।ସୂଚନା ଅନୁଯାୟୀ, ଚାରିଜଣ ଲୋକ ଏକ ବାଇକ୍ ଯୋଗେ ଆସୁଥିବା ବେଳେ ବାଇକ୍ ଟି ଏଠାରେ ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ଦେଇଥିଲା । ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଜଣକ ଜୁନାଗଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି । ମୃତକ ମାନେ ହେଲେ ମେରିଆ ବନ୍ଧର ଦୁଇଭାଇ ପିଣ୍ଟୁ ମାଝୀ ଓ ସଦାନନ୍ଦ ମାଝୀ ଏବଂ ଚଚରା ଭାଡ଼ିର ରାଜୁ ବଗର୍ତି । ଝାରବନ୍ଧର ମୁକେଶ ମାଝୀ ଗୁରୁତର ଅବସ୍ଥାରେ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି । ମୃତକଙ୍କ ପରିବାର ଲୋକେ କ୍ଷତିପୂରଣ ଓ ଘଟଣାର ଉଚିତ୍ ତଦନ୍ତ କରିବାକୁ ଦାବି କରିଛନ୍ତି । ଏହା ଦୁର୍ଘଟଣା ନୁହେଁ ବରଂ ସେମାନଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିବା ସହ ଜୁନାଗଡ଼ ଥାନା ରାଜାରାସ୍ତା ନଂ 26. କୁ ଅବରୋଧ କରିଛନ୍ତି । ସମସ୍ତଙ୍କୁ ପୋଲିସ ବୁଝା ସୁଝା କରୁଛନ୍ତି । ରାଜ ରାସ୍ତାର ଦୁଇ ପଟେ ଗାଡି ମୋଟର ଜାମ୍ ହୋଇ ଗମନା ଗମନ ବାଧାପ୍ରାପ୍ତ ହୋଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO