
ବାରିପଦା,ମୟୂରଭଞ୍ଜ ବିଜେଡ଼ିକୁ ଅଧିକ କ୍ରିୟାଶୀଳ, ସଶକ୍ତ ଓ ସୁସଂଗଠିତ କରାଇବା ନିମନ୍ତେ ବିଜେଡିର ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ଜିଳ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କର ପ୍ରସ୍ତାବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲ୍ଲା ବିଜୁ ମହିଳା ଜନତା ଦଳକୁ ପୁର୍ନଗଠିତ କରାଯାଇଛି । ଏହି ଅବସରରେ ଆଜି ବିଜୁ ଭବନଠାରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମାର୍ଣ୍ଡିଙ୍କ ଅଧ୍ୟକ୍ଷତା, ବାରିପଦା ପୌରପରିଷଦର ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଆବାହକତ୍ୱ ଏବଂ ରାଜ୍ୟ ଖଦି ବୋର୍ଡର ନିର୍ଦ୍ଦେଶକ ସରୋଜ କୁମାର ବୋଷଙ୍କ ସଂଚାଳନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ, ଓଡ଼ିଶା ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା, ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ରାଜ୍ୟ ବିଜେଡି ସମ୍ପାଦକ କୃଷ୍ଣ ଚନ୍ଦ୍ର ଦାସ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦିକା ବିଷ୍ଣୁପ୍ରିୟା ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ଅରୁଣ ବରାଡ, ଛାତ୍ର ବିଜେଡି ଜିଲ୍ଲା ସଭାପତି ସୁନୀଲ କୁମାର ନାୟକ ପ୍ରମୁଖ ଉଦବୋଧନ଼ ଦେଇ ନବ ନିଯୁକ୍ତ କର୍ମକର୍ତାମାନଙ୍କ ନେତୃତ୍ୱରେ ମହିଳା ସଂଗଠନ ଅଧିକ ସୁଦୃଢ ହେବ ବୋଲି ମତବ୍ୟକ୍ତ କରିଥିବା ସମୟରେ ଜୋନାଲ ସଭାପତି ବୀଣାପାଣି ସାହୁ, ଜିଲ୍ଲା ମହିଳା ସଭାପତି ଦିପ୍ତୀଲତା ମିଶ୍ର, କାର୍ଯ୍ୟକାରୀ ସଭାପତି ସବିତା ହାଁସଦା, ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରାବଣୀ ଦାସ, ସବିତା ବେହେରା, ସମ୍ପା ମଜୁମଦାର, ସୀମା ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାରତୀ ହାଁସଦାଃ, ଶତଦଳ ମହାନ୍ତ ପ୍ରମୁଖଙ୍କୁ ଏହି ଅବସରରେ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପ-ନଗରପାଳ ଜିତେନ୍ଦ୍ର ମହାନ୍ତି ଓ ଦୁର୍ଗାମଣି ଆଚାର୍ଯ୍ୟ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଭାତ ନାୟକ, ରାଜ୍ୟ ବିଜେଡି ସମ୍ପାଦକ ସୁବ୍ରମଣ୍ୟମ ମହାନ୍ତି, ପୂର୍ବତନ କାଉନସିଲର ପ୍ରଭାତ ମହାନ୍ତି, ଅନନ୍ତ ଦାସ, ସରୋଜ ମହାପାତ୍ର, ନିରୋଜ ସାହୁ, ଦେବାଶିଷ ଦାସ, ସନ୍ତୋଷ ପଟ୍ଟନାୟକ, ଦର୍ପନାରାୟଣ ପାଲ, ଗୀତାରାଣୀ ବେହେରା, ରତ୍ନାକର ବେହେରା, ମହେଶ ଭଞ୍ଜଦେଓ, ପର୍ଣ୍ଣାନନ୍ଦ ପରିଡା, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ରାଜୀବ ଜେନା, ରାଜ୍ୟ ଛାତ୍ର ସମ୍ପାଦକ ଅଭୟ ସିଂ, ନାରୀନେତ୍ରୀ ଦ୍ରୌପଦୀ ସାହୁ, କମଳା ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO