
ଭୁବନେଶ୍ୱର, ରାଜ୍ୟରେ ଯେତିକି କୋଭିସିଲ୍ଡ ଅଛି ତାହା ଆସନ୍ତା ଦୁଇ ଦିନରେ ଶେଷ ହୋଇଯିବ । ଏଣୁ ଶୀଘ୍ର ଅତିରିକ୍ତ ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଯୋଗାଣ ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।
ଚିଠିରେ ସେ ଲେଖିଛନ୍ତି ଯେ, ଏବେ ରାଜ୍ୟରେ କେବଳ ୬ ଲକ୍ଷ ୧୪ ହଜାର ମାତ୍ରା କୋଭିସିଲ୍ଡ ଟିକା ରହିଛି । କିନ୍ତୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଏବେ ବି ୨୮.୩୧ ଲକ୍ଷ ଲୋକ ଅଛନ୍ତି । କିନ୍ତୁ ଜୁଲାଇ ମାସରେ ଓଡ଼ିଶାକୁ ପ୍ରାୟ ୨୫ ଲକ୍ଷ ୩୧ ହଜାର ମାତ୍ରା କୋଭିସିଲ୍ଡ ପଠାଇବାକୁ କେନ୍ଦ୍ର ସରକାର ଧାର୍ୟ୍ୟ କରିଛନ୍ତି । ଏଣୁ କେନ୍ଦ୍ର ସରକାର ତୁରନ୍ତ ଅତିରିକ୍ତ ୧୫ ଲକ୍ଷ ମାତ୍ରା କୋଭିସିଲ୍ଡ ପଠାନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।
ରାଜ୍ୟ ସରକାର ଦୈନିକ ହାରାହାରି ୩ ଲକ୍ଷ ମାତ୍ରା ଟିକା ଦେଉଛନ୍ତି । କିନ୍ତୁ କେନ୍ଦ୍ର ସରକାର ଉଚିତ ସମୟରେ ଆବଶ୍ୟକ ମାତ୍ରାରେ ଟିକା ନ ପଠାଇଲେ ଟିକାକରଣ ପ୍ରଭାବିତ ହେବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO