-
ଜେଲ୍ ରୁ ମୁକୁଳିଲେ ମୁଖ୍ୟ ଅଭିଯୁକ୍ତ ଟୁନା ସେଠୀ

ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ବଡ଼ଗୁମୁଳା ଗ୍ରାମରେ ସଂଗଠିତ ବହୁ ଚର୍ଚ୍ଚିତ ସୁଶାନ୍ତ ସାହୁ ହତ୍ୟା ମାମଲାରେ ମାଷ୍ଟର ମାଇଣ୍ଡ ବିଜେପି ଯୁବ ନେତା ଲିଣ୍ଡା ହାଇକୋର୍ଟରୁ ଜାମିନ୍ ପାଇ ଜେଲ୍ ରୁ ମୁକୁଳିବା ପରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଟୁନା ସେଠୀ ଜେଲ୍ ମୁକୁଳିଛନ୍ତି । ଏହି ହତ୍ୟାକାଣ୍ଡରେ ଜଡ଼ିତ ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଏବେ ୭ ଜଣ ଜାମିନ୍ ରେ ମୁକୁଳିଛନ୍ତି । ବର୍ତମାନ ଜେଲ୍ ରେ କେବଳ ସମୟ ରଣା ରହିଛନ୍ତି । ପୂର୍ବରୁ ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ଅନ୍ୟ ମାନେ ଜାମିନ୍ ରେ ମୁକୁଳିଥିଲେ ।
ସୁଶାନ୍ତଙ୍କ ମାଙ୍କ ଏତଲା ଅନୁଯାୟୀ, ୨୦୧୯ ଅପ୍ରେଲ ୨୦ ତାରିଖ ରାତି ୮ଟା ସମୟରେ ସୁଶାନ୍ତ ନିଜ ଘର ସମ୍ମୁଖରେ ବସିଥିବା ବେଳେ ପୂର୍ବ ପ୍ରସ୍ତୁତି ଯୋଜନା ମୁତାବକ ଟୁନା ଏବଂ ତାଙ୍କ ସହଯୋଗୀ ମାନେ ସେଠାରେ ବୋମା ମାଡ଼ କରିବା ସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ତୁରନ୍ତ ପରିବାର ଲୋକେ ଏନେଇ ପୋଲିସକୁ ଜଣାଇବା ପରେ ବ୍ରହ୍ମପୁର ଏସପି ପୀନାକ ମିଶ୍ରଙ୍କ ସମେତ ଗୋପାଳପୁର ପୋଲିସ ସେଠାରେ ପହଂଚି ମୃତକଙ୍କ ଶବ ଜବତ କରିଥିଲେ । ପରେ ପୋଲିସ ପର୍ଯ୍ୟାୟ କ୍ରମେ ମାମଲାରେ ଜଡ଼ିତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ୱ ବିଚାର ବିଭାଗୀୟ ହାଜତରେ ରହିବା ପରେ ମୁଖ୍ୟ ଅଭିଯୁକ୍ତ ସମୟ ରଣାଙ୍କ ସମେତ ୭ ଅଭିଯୁକ୍ତ ଜେଲ୍ ରୁ ମୁକୁଳି ସାରିଛନ୍ତି । ଏହି ଘଟଣାରେ ବିଚାରଣା ଦ୍ୱିତୀୟ ଏଡିଜେଏମଙ୍କ କୋର୍ଟରେ ହୋଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO