
ମାଲକାନଗିରି, ଜିଲ୍ଲା ଆଇନ ସେବା ପ୍ରାଧି କରଣ, ମାଲକାନଗିରି ଦ୍ବାରା ଏକ କ୍ଷତାକ୍ତ ବୁଲା ଷଣ୍ଡର ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି । ଗତ କିଛି ଦିନ ହେବ ଏକ ବୁଲା ଷଣ୍ଡ କ୍ଷତାକ୍ତ ଅବସ୍ଥାରେ ଜିଲ୍ଲା ଦୌରା ଜଜ୍ ଅଦାଲତ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରିର କାର୍ଯ୍ୟାଳୟ ପରିସରରେ ଏଣେ ତେଣେ ବୁଲିବାର ଦେଖା ଯାଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରିର ସଚିବ ରାକେଶ କୁମାର ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପୂର୍ବତନ ପାରା ଲିଗାଲ ସ୍ବେଚ୍ଛାସେବୀ ରାମକୃଷ୍ଣ ଚୌଧୁରୀଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ମୁଖ୍ୟ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଏବଂ ମାଲକାନଗିରି ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଉକ୍ତ ଷଣ୍ଡଟିର ଆଶୁ ଚିକିତ୍ସା ନିମନ୍ତେ ପଦକ୍ଷେପ ନେବା ପାଇଁ ଅନୁରାଧ କରାଯାଇଥିଲା । ପ୍ରାଣୀ ଚିକିତ୍ସାଳୟର ଡାକ୍ତର ଦେବାଷିଶ ଷଡ଼ଙ୍ଗୀ ଏବଂ ଅନ୍ୟାନ୍ୟ ଷ୍ଟାଫ ଆସି ଉକ୍ତ ଷଣ୍ଡଟିର ଆରୋଗ୍ୟ ପାଇଁ ଚିକିତ୍ସା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO