
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା କେଗାଁ ରେଞ୍ଜ ଅଧିନସ୍ଥ ଗୁର୍ଜୁଙ୍ଗ ବିଦ୍ୟାଳୟ ଠାରେ 72ତମ ବନ ମହୋତ୍ସବ ପାଳନ କରାଯାଇଛି । ଏହି କାର୍ଯକ୍ରମରେ ରେଞ୍ଜର କେଶବ ମାଝୀ, ଫରେଷ୍ଟର ମଧୁକର ପଟେଲ, ଯଯାତି କେଶରୀ ବଗର୍ତି, ପ୍ରଧାନ ଶିକ୍ଷକ ଲମ୍ବୋଦର ପ୍ରଧାନ, ସଭାପତି ଗୁଣସାଗର ବେହେରା, ପୂର୍ବତନ ସରପଞ୍ଚ ତପେଶ୍ୱର ଶବର, ନାଇବ ସରପଞ୍ଚ ଧନଞ୍ଜୟ ମାଝୀ, ସିଆରସି ହିମାଞ୍ଚଳ ସାହୁ, ସର୍ବ ସେବା ସଂସ୍ଥା କ୍ଷେତ୍ର ପରିଦର୍ଶନ ଭୋଳାମାନୀ ବାଗ, ନବରଙ୍ଗପୁର ଏନଜିଓ ଗ୍ରାମବିକାଶ ଦୀନବନ୍ଧୁ ବାଗ, ଇଷାଆନନ୍ଦ ସାଗର, ବିକାଶ କୁମାର ତାଣ୍ଡି, ଅଜୟବିହାର ଶ୍ରଦ୍ଧାଞ୍ଜଳି ବାଗ, ଶ୍ରଦ୍ଧାଞ୍ଜଳି ବାଗ, ମହେଶ୍ୱର ମିଶ୍ର, ରୋମାଞ୍ଚଳ ବାଗ ସମେତ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ସମାଜସେବୀ ଜନସାଧାରଣ ଉପସ୍ଥିତ ଥିଲେ । ରେଞ୍ଜର ଓ ଫରେଷ୍ଟର ଜନସାଧାରଣଙ୍କୁ ବନ ମହୋତ୍ସବ ପାଳନର ଉଦ୍ଦେଶ୍ୟ, ଜଙ୍ଗଲ ତଥା ପରିବେଶକୁ ବଞ୍ଚାଇବାକୁ ବାର୍ତ୍ତା ପ୍ରଦାନ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO