
ଭୁବନେଶ୍ୱର, ଦ୍ୱିତୀୟ ଲହର ସଂକ୍ରମଣ କମୁଛି । ତୃତୀୟ ଲହର ଆସୁ ବା ନ ଆସୁ ଆମେ ଆଉ ଗୋଟିଏ ଲହର ପାଇଁ ପ୍ରସ୍ତୁତ ହୋଇ ରହିବୁ । ଏହାର ମୁକାବିଲା ପାଇଁ ତିନୋଟି ଦିଗ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକ ରହିଛି । ଭ୍ୟାକ୍ସିନେସନ୍ ବଢ଼ାଇବା, ସର୍ଭେଲାନ୍ସ ଜାରି ରଖିବା ଆଉ ଭିତିଭୂମି ପ୍ରସ୍ତୁତ ରଖିବା ଆମର ପ୍ରାଥମିକ ଲକ୍ଷ୍ୟ । ଫୋକସ ରହିବ ଶିଶୁ ମାନଙ୍କ ଚିକିତ୍ସା । ସେ ଦିଗରେ ଟ୍ରେନିଂ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଦୈନିକ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ମୃତ୍ୟୁ ସଂଖ୍ୟା ଏମିତି ଏବେ କିଛି ଦିନ ରହିବ । ତେବେ ଜିଲ୍ଲା ସ୍ତରରେ ଅଡିଟ୍ ରିପୋର୍ଟ ଆସିବା ପରେ ଆମେ କହି ପାରିବା କେଉଁ ଦିନ କେତେ ମୃତ୍ୟୁ ହେଉଛି । ଏବେ ବି ୪୫୦ ରୋଗୀ ଆଇସିୟୁରେ ଅଛନ୍ତି । ଭେଂଟିଲେଟରରେ ରହୁଥିବା ରୋଗୀଙ୍କ ମୃତ୍ୟୁ ସମ୍ଭାବନା ୯୦ରୁ ୯୨ ପ୍ରତିଶତ । ଏବେ ବି ୫୫ରୁ ୬୦ ଲୋକ ଭେଂଟିଲେଟରରେ ଅଛନ୍ତି ଏବଂ ଆଇସିୟୁରୁ ୩୦ ପ୍ରତିଶତ ପେସେଂଟ ଭେଂଟିଲେଟରକୁ ଯାଆନ୍ତି । ଯେତେ ପର୍ଯ୍ୟନ୍ତ କ୍ରିଟିକାଲ ପେସେଂଟ ଅଛନ୍ତି ଆମର ମୃତ୍ୟୁ ସଂଖ୍ୟା କିଛି ଏମିତି ରହିବ ।
ଉପକୂଳରେ ସଂକ୍ରମଣ ବିଳମ୍ବରେ ପିକ୍ ନେଇଥିଲା । ପଶ୍ଚିମ ଓଡ଼ିଶାରେ ସ୍ଥିତିରେ ସୁଧାର ଆସିଛି । ଉପକୂଳରେ ବି ଜୁଲାଇ ଦ୍ୱିତୀୟ ସପ୍ତାହ ବେଳକୁ କମିବ ବୋଲି ଆଶା କରାଯାଉଛି । ଆମେ କେନ୍ଦ୍ରୀୟ ଟିମଙ୍କୁ ଜିଲ୍ଲାର ରିପୋର୍ଟ ଦେବୁ ତାହା ପରେ ସେ କେଉଁଠି କୁ ଯିବେ ତାହା ତାଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO