କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ସିପ ସରୁବାଲି ମୌଜାରେ ନିର୍ମାଣ ହେବାକୁ ଯାଉଥିବା ପ୍ରସ୍ତାବିତ ପୁରୀ ଆନ୍ତର୍ଜାତିକ ବିମାନ ବନ୍ଦର ସାମାଜିକ ଓ ଆର୍ଥିକ ବିକାଶ ଦୃଷ୍ଟିରୁ ଯେତିକି ଆବଶ୍ୟକ, ଉକ୍ତ ଅଞ୍ଚଳରେ ପ୍ରାକୃତିକ
ପରିବେଶ ସନ୍ତୁଳନ ବଜାୟ ରଖିବା ଏବଂ ପ୍ରଭାବିତ ହେଉଥିବା ଜଙ୍ଗଲ ଓ ଲୋକଙ୍କ ଜୀବନ ଜୀବିକା ସୁରକ୍ଷା ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ ଏଥି ପ୍ରତି ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ
କରିବା ପାଇଁ ଜୁଲାଇ ୦୫ ତାରିଖ ସକାଳ ୧୧:୦୦ ଟା ସମୟରେ ସିପ ସରୁବାଲି ଅଂଚଳର ସ୍ଥାନୀୟ ବାସିନ୍ଦା , ସମାଜସେବୀ, ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନଙ୍କ ସଂଗଠନ “ଜୀବନ ଜୀବିକା ଜଙ୍ଗଲ ଓ ପରିବେଶ ସୁରକ୍ଷା ସମିତି”ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସହିତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଜୀବନ ଜୀବିକା ଜଙ୍ଗଲ ଓ ପରିବେଶ ସୁରକ୍ଷା ସମିତି, ସିପ ସରୁବାଲି ଆବାହକ ଗୋପାଳ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି |
Related Stories
November 23, 2024