-
ବ୍ରହ୍ମପୁର ଠାରେ ତୁରନ୍ତ ଏୟାର ସର୍ଭିସ ଆରମ୍ଭ କରନ୍ତୁ ସରକାର-ଭି ଚନ୍ଦ୍ରଶେଖର ନାଇଡୁ

ବ୍ରହ୍ମପୁର ରଂଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ତୁରନ୍ତ ଏୟାର ସର୍ଭିସ ଆରମ୍ଭ କରିବାକୁ ଦାବୀ କରିଛନ୍ତି ବ୍ରହ୍ମପୁର ଲୋକସଭା ପ୍ରାର୍ଥି ତଥା ବରିଷ୍ଠ କଂଗ୍ରେସ ନେତା ଭି ଚନ୍ଦ୍ରଶେଖର ନାଇଡୁ।ଏନେଇ ସେ ମୂଖ୍ଯମନ୍ତ୍ରୀକୁଂ ଏକ ପତ୍ର ମାଧ୍ଯମରେ ଦୃଷ୍ଟି ଆକର୍ଷଣ କରିଛନ୍ତି।ବର୍ତ୍ତମାନର ଭିତ୍ତିଭୂମିରେ ଅଗ୍ରାଧିକାର ଭିତ୍ତିରେ ଏହା ଆରମ୍ଭ କରିବାକୁ ସେ କହିଛନ୍ତି।ଦୀର୍ଘଦୀନରୁ ଏନେଇ ଦାବୀ ହୋଇ ଆସୁଥିଲେ ମଧ୍ଯ ସରକାର ପୂରା ଚୁପହୋଇ ବସିରହିଛନ୍ତି।ସାମଗ୍ରିକ ଭାବେ ପଛୁଆ ଜିଲ୍ଲା ଭାବେ ପରିଗଣିତ ହେଉଥିବା ଗଜପତି ଓ ଗଂଜାମ ରେ ସ୍ବାସ୍ଥ୍ଯ ଭଳି ସଂବେଦନଶୀଳ ପ୍ରସଂଗରେ ରୋଗୀ ସଠିକ ସମୟରେ ସ୍ଥାନାନ୍ତରୀତ ନହୋଇ ପାରୁନଥିବାରୁ ଲୋକମାନେ ନିଜର ପ୍ରିୟଜନ ମାନଂକୁ ହରାଉଛନ୍ତି।କୋଭିଡ ସମୟରେ ଏହିଭଳି ଅନେକ ଲୋକ ପ୍ରାଣ ହରାଇଥିବା ନଜିର ରହିଛି।ସ୍ଥାନୀୟ ଲୋକମାନେ ଏୟାର ସର୍ଭିସ ପାଇଁ ଭୁବନେଶ୍ବର କିମ୍ବା ବିଶାଖାପାଟଣା ଉପରେ ନିର୍ଭରଶୀଳ ହେଉଛନ୍ତି।ଏଠାରେ ଏୟାର ସର୍ଭିସ ଆରମ୍ଭ ହେଲେ ପର୍ଯ୍ଯଟନ,ହସ୍ତଶିଳ୍ପ ପ୍ରଭୁତି ର ବିକାଶ ହେବ ଯାହା ସ୍ଥାନୀୟ ଲୋକମାନଂକର ଆର୍ଥିକ ବିକାଶରେ ବେଶ ସହାୟକ ହୋଇପାରିବ।ତେଣୁ ଏକ୍ଷେତ୍ରରେ ଆଉ ଅଧିକ ବିଳମ୍ବ ନକରି ତୁରନ୍ତ ୬ ସିଟ,୧୨ ସିଟ ବିଶିଷ୍ଟ ଛୋଟଛୋଟ ବିମାନ ସେବା ଆରମ୍ଭ କରନ୍ତୁ ବୋଲି ଶ୍ରୀ ନାଇଡୁ ଦାବୀ କରିଛନ୍ତି।ପୂର୍ବରୁ ରାଜନୈତିକ ଅଭିସନ୍ଧି ରଖି ଠିକ୍ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଘରୋଇ ବିମାନସେବା ସଂସ୍ଥା ମାନଂକୁ ନେଇ ପଶ୍ଚିମ ଓଡିଶାର ଝାରସୁଗୁଡାରେ ଘରୋଇ ଓ ରାଜ୍ଯବାହାରକୁ ମଧ୍ଯ ବିମାନସେବା ବିଜେପି ନେତୃତ୍ବାଧିନ କେନ୍ଦ୍ର ସରକାର ଆରମ୍ଭ କରିଥିଲେ।ହେଲେ ଦୀର୍ଘଦିନରୁ ଦକ୍ଷିଣ ଓଡିଶା ପାଇଁ ଦାବୀ ହୋଇଆସୁଥିଲେ ମଧ୍ଯ ସମାନ ସୁବିଧା କାହିଁକି ନୁହଁ ବୋଲି ଶ୍ରୀ ନାଇଡୁ ପ୍ରଶ୍ନ(?) କରିଛନ୍ତି।କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରାଣାଳୟର ଯୁଗ୍ମ ସଚିବ ଇତିମଧ୍ଯରେ ଏ ପ୍ରସଂଗରେ ସମୀକ୍ଷା କରି ଜମିଅଧିଗ୍ରହଣ ଭଳି ଗୁରୁତ୍ବପୂଣ୍ନ ପ୍ରସଂଗ ଅଟକି ରହିଛି ବୋଲି କହିଥିଲେ।ରାଜ୍ଯ ସରକାରକଂ ବରିଷ୍ଠ ଅଧିକାରୀ ମଧ୍ଯ ଏ ନେଇ କାଯ୍ଯ ତ୍ବରାନ୍ବିତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ତେବେ ଅଟକି ରହିଥିବା କାଯ୍ଯ କେଉଁଠି ଓ କିଭଳି ବିନା ବାଧାରେ ଆଗକୁ ବଢିବ ସେନେଇ ମୂଖ୍ଯମନ୍ତ୍ରୀ ବ୍ଯକ୍ତିଗତ ଭାବେ ତଦାରଖ କରନ୍ତୁ ବୋଲି ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି।ଏଠାରେ ଉଲ୍ଲେଖଯୋଗ୍ଯ ପୂର୍ବରୁ ଶ୍ରୀ ନାଇଡୁ ଏ ପ୍ରସଂଗରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ପୂର୍ବତନ ଅଧ୍ଯକ୍ଷ ଗୁରୁପ୍ରସାଦ ମହାପାତ୍ରକଂ ସହ ଏକାଧିକବାର ଆଲୋଚନା କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO