
କନ୍ଧମାଳ, କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ରୁ ତଳକୁ ରହୁଛି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରେ ଆଉ ୨୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୮୧୩ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୦,୪୯୦ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୪୯ ରେ ରହିଛି। ଆଉ ୨୭୪ ଜଣ ସଂକ୍ରମିତ କୋଭିଡ୍ ହସପିଟାଲରେ ଏବଂ ପୃଥକ୍ ବାସରେ ରହି ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।ଆଜି ଚିହ୍ନଟ ହୋଇଥିବା ସଂକ୍ରମିତ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳର ଜଣେ ଓ ଗ୍ରାମାଞ୍ଚଳରେ ୩ ଜଣଙ୍କୁ ମିଶାଇ ମୋଟ ୪ ଜଣ ରହିଛନ୍ତି । ସେହିପରି ଜିଲ୍ଲାର ଚକାପାଦରେ ୩ ଜଣ, ଦାରିଙ୍ଗବାଡିରେ ୨ ଜଣ, ଘୁ.ଉଦୟଗିରି ୪, କୋଟଗଡ ୨, ଫିରିଙ୍ଗିଆ ୪,ଟିକାବାଲି ୩ ଏବଂ ଣ. ନୂଆଗାଁ ଓ ରାଇକିଆରେ ଜଣେ ଲେଖାଏଁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO