
ବାରିପଦା,ମହିଳାଙ୍କୁ ବୀଭତ୍ସ ହତ୍ୟା । ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ।ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗଣ୍ଡିରୁ ମୁଣ୍ଡ ଅଲଗା କରି ଗାଁ ରାସ୍ତାରେ ପକାଇଦେଲେ ଦୁର୍ବୃତ୍ତ । ଶନିବାର ବିଳମ୍ବିତ ରାତିରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତ ମହିଳା ଜଣଙ୍କ ହେଲେ ସେହି ଗାଁର ଯମୁନା ହାଁସଦା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ଗୁଣିଗାରେଡି ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।