
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ନାଇକାଣୀପଲ୍ଲୀ ଗ୍ରାମରେ ସର୍ଟସର୍କିଟରୁ ନିଆଁ ଲାଗି ୧୪ ପରିବାରର ପ୍ରାୟ ୨୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ସମୟରେ ଘର ଭିତରେ ଥିବା ଲୋକଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ କୋଦଳା ଓ ଖଲ୍ଲିକୋଟ ଦମକଳବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ପ୍ରାୟ ୪ ଘଂଟାର ପରିଶ୍ରମ ପରେ ନିଆଁକୁ ଆୟତ କରିବାରେ ସମର୍ଥ ହୋଇଥିଲେ ।ଅଗ୍ନିକାଣ୍ଡରେ ଗ୍ରାମର ମଞ୍ଜୁ ଖୁଂଟିଆ, ରାଜନ ଖୁଂଟିଆ, ଲକ୍ଷ୍ମଣ ଗଉଡ଼, ଛାୟା ଗଉଡ଼, ମେଳିଆ ଗଉଡ଼, ସନ୍ତୋଷ ସ୍ୱାଇଁ ପୁରୁଷୋତମ ସ୍ୱାଇଁ, ହିନ ସ୍ୱାଇଁ, ହଜାରୀ ସ୍ୱାଇଁ, ମହେଶ୍ୱର ସ୍ୱାଇଁ, ତ୍ରିନାଥ ଗଉଡ଼, ବସନ୍ତ ଗଉଡ଼, ନବକିଶୋର ସ୍ୱାଇଁଙ୍କ ଘର ନିଆଁରେ ପୋଡି ଯାଇଛି । ଖବର ପାଇ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଜ୍ୟୋର୍ତିମୟ ଦାଶ, ରାଜସ୍ୱ ବିଭାଗ ସୁପରଭାଇଜର ତ୍ରିଲୋଚନ ବିଶ୍ୱାଳ ଘଟଣାସ୍ଥଳରେ ପହଂଚି କ୍ଷତିଗ୍ରସ୍ତ ଅଗ୍ନିବିପନ୍ନଙ୍କୁ ପ୍ରାଥମିକ ସହାୟତା ପ୍ରଦାନ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO