
ଜଗନ୍ନାଥ ପ୍ରସାଦ -: ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ତ ଜଗନ୍ନାଥ ପ୍ରସାଦ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଅଭୟ କୁମାର ଦଳାଇଙ୍କ ଦ୍ଵାରା ବନ ମହୋତ୍ସବ ସପ୍ତାହ ଅବସରରେ ଚାରା ବଣ୍ଟନ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ସାମ୍ପ୍ରତିକ କୋଭିଡ ପରିସ୍ତିତିରେ ଅମ୍ଳଜାନ ଅଭାବକୁ କେବଳ ବୃକ୍ଷ ହିଁ ଦୂର କରି ପାରିବ ବୋଲି ଡି.ଏଫ୍.ଓ ଜନସାଧାରଣଙ୍କୁ ଉଦବୋଧନ ଦେଇ ଜନ ସାଧାରଣଙ୍କୁ ଚାରା ବଣ୍ଟନ କରିଥିଲେ ଏବଂ ଭ୍ରାମ୍ୟମାଣ ଚାରା ବିକ୍ରୟ ଯାନ “ଗଛ ଟିଏ ପିଲା ଟିଏ” କୁ ପତାକା ହଲାଇ ଉଦଘାଟନ କରିଥିଲେ । ଜଗନ୍ନାଥ ପ୍ରସାଦ ବନାଞ୍ଚଳ କାର୍ଯ୍ୟାଳୟରେ ପ୍ରତିଦିନ ଜନ ସାଧାରଣ ମାନଙ୍କୁ ଚାରା ଯୋଗାଇ ଦିଆଯିବ। ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମରେ ଆଞ୍ଚଳିକ ମହାବିଦ୍ୟାଳୟ ଯୁବ ରେଡ୍ କ୍ରସ୍ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଓ ଆଞ୍ଚଳିକ ଡିଗ୍ରୀ କଲେଜ କାଉନସିଲର ସରୋଜ କୁମାର ନାୟକ ଯୋଗ ଦେଇ ବୃକ୍ଷର ଉପକାରିତା ସମ୍ପର୍କରେ କହିଥିଲେ । ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମରେ ଜଗନ୍ନାଥ ପ୍ରସାଦ ବନାଞ୍ଚଳ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ବୃନ୍ଦ ଇଶ୍ଵା ଗଣେଷ, ବବୁଲ କୁମାର ସେଠୀ, ପି. ମୋହନ, ସରିତା ପ୍ରଧାନ, ବିଦ୍ୟୁତ୍ ଲତା ତ୍ରିପାଠୀ, ବିନୋଦ ଚନ୍ଦ୍ର ପାତ୍ର, ରାମ ଚନ୍ଦ୍ର ବାରିକ, ସୁପ୍ରଭା ପଣ୍ଡିତ, କାଜଲ ପଟ୍ଟନାୟକ, କାର୍ତିକେଶ୍ୱର ବେହେରା ଆଦି ଯୋଗଦେଇ ଲୋକ ମାନଙ୍କୁ ଲିମ୍ବ, କରଞ୍ଜ, ଶିଶୁ, ଶାଗୁଆନ, ବାଦାମ, କଦମ୍ବ, ବଉଳ, ଗଙ୍ଗ ଶିଉଳୀ, ଜାମ କୋଳି ଆଦି ଚାରା ବଣ୍ଟନ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO