
ଧର୍ମଶାଳା – ଯାଜପୁର ଜିଲା ଧର୍ମଶାଳା ବ୍ଳକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନେ୍ଦହଜନକ ମୃତୁ୍ୟ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଏବଂ ପରିବାର ସଠିକ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତା କାଲି ଯାଜପୁର ମହିଳା କଂଗ୍ରେସ ପକ୍ଷରୁ ପାଣିକୋଇଲିସ୍ଥିତ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆ ଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଶହଶହ ସଂଖ୍ୟାରେ ଜିଲାର ଧର୍ମଶାଳା,ବଡଚଣା,ବରୀ,ବିଂଝାରପୁର,କୋରାଇ ଓ ସୁକିନ୍ଦା ଆଦି ନିର୍ବାଚନ ମଣ୍ଡଳୀରୁ ସମସ୍ତ ମହିଳା ନେତ୍ରୀ ଓ କର୍ମୀ ଯୋଗ ଦେଇ ଧାରଣାରେ ବସିବେ ବୋଲି ଓଡିଶା ପ୍ରଦେଶ ମହିଳା କଂଗ୍ରେସ ସୂଚନା ଦେଇଛନ୍ତି । ଏହି ସରକାରରେ ଯେଭଳି ବେବିନା ଓ ଇତିଶ୍ରୀଙ୍କ ଭଳି ଘଟଣାରେ ନ୍ୟାୟ ପ୍ରଦାନ କରିଲା ଆମେ ତାହା ସ୍ମିତାରାଣୀଙ୍କ କ୍ଷେତ୍ରରେ ତାହା କରାଇ ଦେବୁ ନାହିଁ ବୋଲି ଏବଂ ନିଜର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ ବୋଲି କଂଗ୍ରେସ ଦାବି କରିଛି ।