-
ରେଳ ମନ୍ତ୍ରଣାଳୟର ବିଭିନ୍ନ ବିକାଶ ମୂଳକ କାମ ପାଇଁ କଲେ ଅନୁରୋଧ

ଭୁବନେଶ୍ୱର, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ତାଙ୍କ ନିର୍ବାଚନ ମଣ୍ଡଳୀ ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ଓ ଅନ୍ୟ ପ୍ରସଙ୍ଗକୁ ନେଇ ବିଭିନ୍ନ ଅନୁରୋଧ ଜଣାଇଛନ୍ତି । ଶ୍ରୀ ଷଡଙ୍ଗୀ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା ଶ୍ରୀ ଷଡଙ୍ଗୀ ଟ୍ୱିଟ କରି କହିଛନ୍ତି ଯେ ବାଲେଶ୍ୱର ଜିଲ୍ଲାରେ ରେଳ ମନ୍ତ୍ରଣାଳୟ ଦ୍ୱାରା ବିଭିନ୍ନ ବିକାଶ ମୂଳକ କାମ ପାଇଁ ଶ୍ରୀ ଗୋୟଲଙ୍କୁ ଅନୁରୋଧ କରିଛନ୍ତି । ନୀଳଗିିରି, ବେତନଟି ଓ ଉଦଳା ଠାରେ ରେଲବାଇ ରିଜର୍ଭେସନ କାଉଂଟର ସ୍ଥାପନା କରିବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ବାଲେଶ୍ୱର ରେଳ ଷ୍ଟେସନର ଆଧୁନିକୀକରଣ କାମକୁ ନେଇ ମଧ୍ୟ ସେ ଅଲୋଚନା କରିଥିଲେ । ସେ ଉଠାଇଥିବା ପ୍ରସଙ୍ଗ ଗୁଡିକୁ ନେଇ ସହୃଦୟତାର ସହ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଷଡଙ୍ଗୀ ପ୍ରକାଶ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO