
ପୁରୀ, ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ଅବଧି ପୂର୍ବରୁ ଶେଷ ହୋଇଯିବାର ସମ୍ଭାବନା ରହିଛି । ବିଶ୍ୱକର୍ମା ମହାରଣା, ରୂପକାର ସେବାୟତ ଓ ଭୋଇ ସେବାୟତଙ୍କ ଅକ୍ଳାନ୍ତ ପରିଶ୍ରମରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ପାରାଭାଡ଼ି ନିର୍ମାଣ ପରେ ଖପୁରି ବସିବ । ଖପୁରୀ ପରେ ଓଲଟ ଶୁଆ ଓ କଳସ ବାଡିଆ ହେବ । ରଥରେ ସିଂହାସନ, ପ୍ରଭା ଓ ସିଂହାସନ ସମ୍ମୁଖ ବେଦିରେ ପଟା ବାଡିଆ କାର୍ଯ୍ୟ ଜାରୀ ରହିଛି । ପ୍ରତି ରଥର ଚାରୋଟି ଲେଖାଏଁ ସମୁଦାୟ ୧୨ଟି ଦ୍ୱାରବେଢ଼ା କାର୍ଯ୍ୟ ଶେଷ ହୋଇଛି । ରୂପକାର ସେବାୟତ ମାନେ କୋଣଗୁଜ, ପଟାଗୁଜରେ ରଙ୍ଗ ଦେବା ସହ ଚିତ୍ର ଆଙ୍କୁଛନ୍ତି । ଏହା ସହ ଋଷିପଟାରେ ରଙ୍ଗ ହେଉଛି । ନାଟଗୋଡ଼ରେ ରଙ୍ଗ ଚାଲିଛି ।

ଦୋଳବେଦି ପରିସର ସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ବେଦି ଓ ସିଂହାସନ ପାଇଁ କଂଟା ନିର୍ମାଣ କରୁଛନ୍ତି । ଏଥିସହ ଦ୍ୱାରବେଢ଼ା କଂଟା, ଭୋଇ ଦଣ୍ଡା କଂଟା ନିର୍ମାଣ କାର୍ଯ୍ୟ ଚାଲିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ମହଲାରେ ଦରଜି ସେବକ ମାନେ ରଥ କନା କାଟିବାରେ ନିମଗ୍ନ ରହିଛନ୍ତି । ପ୍ରତି ରଥର ଚାରୋଟି ଦ୍ୱାରବେଢ଼ା ରଥ କନା କଟା ହୋଇଛି । ବେଢ଼ା କନା କଟାଯାଇ ସିଲେଇ କାର୍ଯ୍ୟ ଜାରୀ ରହିଛି । ପ୍ରତି ରଥର ବତାକନା କାଟିବା ପାଇଁ ଦାଗ ଦିଆଯାଇ ଆଜି କଟା କାର୍ଯ୍ୟ ଆରମ୍ଭ ହୋଇଛି । ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଦକ୍ଷିଣ ମୋଡ଼ ହୋଇ ସିଂହଦ୍ୱାରରେ ଲାଗିବ । ରଥ ଗଡ଼ିବା ପୂର୍ବରୁ ପୂର୍ତ ବିଭାଗ ଇଞ୍ଜିନିୟର ମାନେ ଏହାର ଫିଟନେସ୍ ସାର୍ଟିଫିକେଟ୍ ପ୍ରଦାନ କରିବେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO