
ଭୁବନେଶ୍ୱର, ବଲବ ୧ ଏବଂ ବଲବ ୨ ଲାଇନକୁ ସଂଯୋଗ କରୁଥିବା ନୂତନ ବଲବ ଲାଇନର କାର୍ଯ୍ୟକ୍ଷମ ପାଇଁ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଜୁଲାଇ ମାସ ୮ ତାରିଖ ଦିନ ବିଶାଖାପାଟନମରୁ ଛାଡିବାକୁ ଥିବା ୦୮୫୦୮ ବିଶାଖାପାଟନମ୍-ସାଇନାଗର ସିରିଡ଼ି ବିଶେଷ ଟ୍ରେନ ଖମ୍ମଓମ, ୱାରାଙ୍ଗଲ, କାଜିପେଟ ପରିବର୍ତେ ବିଜୟୱାଡା-ଗଂଟୁର-ନାଦିକୋଡେ-ପିଜିଡିପି ମାର୍ଗରେ ଚଳାଚଳ କରିବ । ୦୮୬୪୫/୦୮୬୪୬ ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ଇଷ୍ଟ କୋଷ୍ଟ ବିଶେଷ ଟ୍ରେନ ହାଓଡ଼ା ଠାରୁ ଜୁଲାଇ ମାସ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଏବଂ ହାଇଦ୍ରାବାଦରୁ ଜୁଲାଇ ମାସ ୫ ରୁ ୮ ତାରିଖ ପର୍ଯ୍ୟନ୍ତ ଖମ୍ମଓମ-ମେହବୁବାବାଦ-ୱାରଙ୍ଗଲ-କାଜିପେଟ-ଜନଗାଓଁ-ଆଲେର-ଭୋଙ୍ଗିର ମାର୍ଗ ପରିବର୍ତେ ବିଜୟୱାଡା-ଗୁଂଟୁର-ନାଦିକୋଡେ-ପିଜିଡିପି ମାର୍ଗରେ ଚଳାଚଳ କରିବ ।