
ମାଲକାନଗିରି, ସରକାରୀ ଜମି ଦଖଲ ବିବାଦ କୁ କେନ୍ଦ୍ର କରି ଦୀର୍ଘ ଦିନ ହେଲା ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳର ଆଦିବାସୀ ମାନଙ୍କ ଭିତରେ ଚାଲିଛି ଛକା ପଞ୍ଚା ର ଶୀତଳ ଯୁଦ୍ଧ, ଆଗାମୀ ଦିନରେ ଆଦିବାସୀ ମାନଙ୍କ ଭିତରେ କେତେବେଳେ କି ପ୍ରକାର ଉଗ୍ର ରୂପ ନେବ ତାହା କହି ହେବ ନାହିଁ l ଦୀର୍ଘ ଦିନ ହେବ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ର ଚାରି ଗୋଟି ପଞ୍ଚାୟତ ର ବାରଗୋଟି ଗ୍ରାମ ର ୧ 0୫ ଗୋଟି ପରିବାର ଚିତ୍ରକୋଣ୍ଡା ରାଜଲକୋଣ୍ଡା ନିକଟସ୍ଥ ଉଦ୍ୟାନ ବିଭାଗ ଫଳ ବଗିଚାର କେତେକ ସ୍ଥାନରେ ଜରି ବାନ୍ଧି,ଜମି ସଫା କରି ଜବର ଦଖଲ କରି ରହିବାକୁ ପ୍ରଥମେ ଉଦ୍ୟମ କରିଥିବା ବେଳ ଏବେ ସେମାନେ ନିକଟସ୍ଥ ଜଙ୍ଗଲ କୁ ସଫାକରି ସରକାରୀ ଗୋଚର ଜମି ଉପରେ ମାଟି କୁଡ଼ିଆ ବାନ୍ଧି ଜବର ଦଖଲ କରି ବସ୍ତି ବାନ୍ଧି ରହୁଛନ୍ତି l ଉକ୍ତ ବସ୍ତି ର ନାମ ତିରୁପତିପୁରମ ନାମ ରଖିଛନ୍ତି l ମାଲକାନଗିରି ଜିଲା ପ୍ରଶାସନ ସେମାନଙ୍କୁ ବାରମ୍ବାର ସମସ୍ତ ସୁବିଧା ଯୋଗାଇ ଦିଆଯିବ ନିଜ ଭିଟା ମାଟିକୁ ଫେରି ଯିବାକୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ପ୍ରଶାସନ କଥା ହେୟ ଜ୍ଞାନ କରି ଆଜି ସୁଧା ଘୁଞ୍ଚି ନାହାନ୍ତି ବରଂ ଆହୁରି ଅଧିକା ଜାଗା ଦଖଲ କରିବାରେ ଲାଗିଛନ୍ତି l ପ୍ରଶାସନ ତରଫରୁ ସ୍ୱାଭିମାନ ଅଞ୍ଚଳରେ ବିକାଶ ଆଗେଇ ଚାଲିଛି ବହୁ ପରିବର୍ତ୍ତନ ହେଉଛି ଆଗକୁ ମଧ୍ୟ ସମସ୍ତ ସୁବିଧା ହେବ ତେଣୁ ଉକ୍ତ ସ୍ଥାନକୁ ଛାଡି ନିଜ ଭିଟାମାଟିକୁ ଫେରିଯାଅ ସେଠି ପ୍ରଶାସନ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ସେମାନ ଙ୍କୁ ଫେରିଯିବାକୁ କହିଥିଲେ ମାତ୍ର ଆଜି ପର୍ଯ୍ୟନ୍ତ ସେହି ଜାଗା ଛାଡି ଯାଉନାହାନ୍ତି l ଆଜି ପୁଣି ମାଲକାନଗିରି ଜିଲା ପ୍ରଶାସନ ଙ୍କ ନିର୍ଦେଶ କ୍ରମେ ଜିଲା ପରିଷଦ ଅଧକ୍ଷ ଦଶରଥ ପଡିଆମି,ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା,ଚିତ୍ରକୋଣ୍ଡା ଥାନା ଏଏସଆଇ କୃଷ୍ଣ ସେବକ ବାଘ,ଆରଆଇ ରୁଦ୍ର ପ୍ରସାଦଗୌଡ଼ ଏବଂ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ବିଭିନ୍ନ ଗ୍ରାମର ଗ୍ରାମ ମୁଖିଆ ଏବଂ ଆଦିବାସୀ ସଂଗଠନ ର ସଦସ୍ୟ ଙ୍କ ସହ ବହୁ ଅନ୍ୟ ସାଥି ମାନଙ୍କ ମିଳିତ ଉଦ୍ୟମରେ ଜବର ଦଖଲ କାରୀଙ୍କ ସହିତ ଆଲୋଚନା କରି ସମାଧାନ କରିବାକୁ ଚେଷ୍ଟା କରି ଥିଲେ ମଧ୍ୟ ତାହା ଆଜି ସଫଳ ହୋଇନାହିଁ l ପ୍ରଶାସନ ସେମାନଙ୍କୁ ରାଜୁଲୁକୋଣ୍ଡ ଫାର୍ମ ନିକଟସ୍ଥ ସ୍ଥାନରୁ ରୁ ଖାଲିକରି ନିଜ ଭିଟାମାଟି କୁ ଚାଲିଯିବାକୁ ବୁଝାଇ ଥିଲେ ମଧ୍ୟ ସେମାନେ ଏକ ବୁଝା ହୋଇ ରହିଛନ୍ତି, ଉକ୍ତ ସ୍ଥାନରୁ ଯିବାକୁ ନାରାଜ ହେବାରେ ଲାଗିଛନ୍ତି l ପ୍ରଶାସନ ଓ ସ୍ଥାନିୟ ବହୁ ଆଦିବାସୀ ସଂଗଠନ ବାରମ୍ବାର ବୁଝାଇବା ପରେ ଲୋକ ମାନେ ଗାଁ କୁ ଫେରି ଯାଇ ନଥିବାରୁ ଆଜି ପୁଣି ରାଜଲକୋଣ୍ଡା ନିକଟସ୍ଥ ନୂଆ ଗ୍ରାମ ତିରୁପତିପୁରମ ରେ ପ୍ରଶାସନ ଅଧିକାରୀ, ଜନ ପ୍ରତିନିଧି ଓ ସ୍ଥାନୀୟ ବିଭିର୍ନ ଆଦିବାସୀ ସଂଗଠନ ଓ ସ୍ଥାନୀୟ ଜନସାଧାରଣ ବହୁ ସମୟ ଧରି ଉକ୍ତ ଜବର ଦଖଲ କାରୀଙ୍କ ସହ ଆଲୋଚନା ଫେଲ ମାରି ଚାଲିଛନ୍ତି ତଥାପି ପ୍ରଶାସନ ର ଉଦ୍ୟମ ଜାରି ରହିଛି l ଉକ୍ତ ସରକାରୀ ଜମି ଜବର ଦଖଲ କୁ କେନ୍ଦ୍ର କରି ବିଭିର୍ନ ପଞ୍ଚାୟତ ଆଦିବାସୀ ଭିତରେ ବିବାଦ ଘନେଇବାରେ ଲାଗିଛି l ଗୋଟିଏ ପଟେ ସରକାରୀ ଜମି ଉପରେ ଜବର ଦଖଲ କରିଥିବା ବସ୍ତି ବାସିନ୍ଦା ମାନେ ସ୍ଥାନୀୟ ବିଭିର୍ନ ପଞ୍ଚାୟତ ଲୋକେ ଅସ୍ତ୍ର ଶସ୍ତ୍ର ଧରି ପଳାଇ ଯିବାକୁ ଭୟଭୀତ କରୁଥିବାର ଅଭିଯୋଗ କରୁଥିବା ବେଳେ ସ୍ଥାନୀୟ ବିଭିର୍ନ ପଞ୍ଚାୟତ ଜନସାଧାରଣ ଉକ୍ତ ଅଭିଯୋଗ କୁ ଖଣ୍ଡନ କରିବା ସହ ମିଛ କଥା ବୋଲି କହିଥିଲେ ଏବଂ ଉକ୍ତ ଜବର ଦଖଲ କାରି ମାନେ ଉକ୍ତ ସ୍ଥାନକୁ ହାତେଇବା ଉଦେଶ୍ୟରେ ବରଂ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଅପଚେଷ୍ଟା ଜାରି ରଖିଥିବା ପାଲଟା ଅଭିଯୋଗ ହେଉଛି!ଏଠାରେ ସାଧାରଣ ରେ ପ୍ରଶ୍ନ ଉଠୁଛି ଯେତେବେଳେ ଗୁରିପ୍ରିୟା ସେତୁ ନଥିଲା ଅଞ୍ଚଳରେ ରାସ୍ତା ଘାଟ ସୁବିଧା ନଥିଲା ସେତେବେଳେ ତ ମାଓବାଦୀ ଥିଲେ ଏବେ ଅଞ୍ଚଳରେ ଉନ୍ନତି ସହ ପୋଲିସ ଫୋର୍ସ ରହି ମାଓବାଦୀ ଙ୍କୁ ଅଞ୍ଚଳ ରୁ ମୂଳପୋଛା କରୁଛନ୍ତି ଏବେ କିପରି ଏହି ଚାରି ଟି ଗ୍ରାମବାସୀ ଙ୍କୁ ମାଓବାଦୀ ବିତାଡିତ କଲେ , ଯଦି ଏମାନେ ଏଠାରେ ଆସି ରହିଲେ ତାଙ୍କ ପୁରୁଣା ଗାଁ ର ଯେକୌଣସି ନାଁ ଦେଇ ଏହି ସ୍ଥାନରେ ରହିବା ପରିବର୍ତ୍ତେ ଓଡିଶା ରେ ରହି ଆନ୍ଧ୍ର ନାଁ ପାର୍ବତୀପୁରମ ଦେବା ର ରହସ୍ୟ କଣ!ଚିତ୍ରକୋଣ୍ଡା ଅଞ୍ଚଳ ବାସୀଙ୍କ କହିବା କଥା ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ସର୍ବପୁରାତନ ଏହି ରାଜଲକୋଣ୍ଡା ଫାର୍ମ ର ଉନ୍ନତି କରଣ ପାଇଁ ଯୋଜନା ଚାଲିଛି ଏବଂ ଏଥିପାଇଁ ଅଧିକା ଜାଗା ର ମଧ୍ୟ ଆବଶ୍ୟକତା ରହିଛି, ଯଦି ଏହି ୧ 0୫ ଟି ପରିବାର ନିଜ ଭିଟାମାଟିକୁ ଯିବାକୁ ଚାହୁଁନାହାନ୍ତି ତାହାହେଲେ ସେମାନଙ୍କ ନାମରେ ଥିବା ଜମି ଗୁଡିକୁ ସରକାର ନିଜ ଦଖଲକୁ ନେଇଆସନ୍ତୁ!ସ୍ୱାଭିମାନ ଅଞ୍ଚଳରେ ଥିବା ବହୁମୂଲ୍ୟବାନ ଖଣିଜ ସମ୍ପଦକୁ ଆନ୍ଧ୍ର ର କିଛି ପ୍ରଭାବଶାଳୀ ବ୍ୟକ୍ତି ହାତେଇବାପାଇଁ ଲୋକଙ୍କୁ ଶିଖାଇ ଏପରି କରିଥିବା ନେଇ ମଧ୍ୟ ଅଭିଯୋଗ ହେଉଛି!ତୁରନ୍ତ ରାଜ୍ୟ ସରକାର ଏହି ଘଟଣାର ସମା ଧାନ ନକଲେ ସ୍ୱାଭିମାନ ଅଞ୍ଚଳ ର ଗାଁ ଗୁଡିକ ଆନ୍ଧ୍ର କବଜାକୁ ଚାଲିଯିବ ଏଥିରେ ଦ୍ବିମତ ନାହିଁ!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO