
ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା ଚିନ୍ତଲନାର ଥାନା ଅଞ୍ଚଳ ରୁ ଆଜି ସକାଳୁ କୋବ୍ରା ଯବାନ ମାନେ ୨ 0କେଜି ଓଜନର ଏକ ପ୍ରେସର ମାଇନ କୁ ଉଦ୍ଧାର କରି ନିଷ୍କ୍ରିୟ କରିଥିବା ଜଣାପଡିଛି!ଚିନ୍ତଲନାର ଥାନା ଠାରୁ ଦେଢ଼ କିଲୋ ମିଟର ଦୂରରେ ଥିବା ରାବଗୁଡା ପାହାଡ଼ରେ ମାଓବାଦୀ ମାନେ ଯବାନ ଙ୍କୁ ଟାର୍ଗେଟ କରି ଏକ ପ୍ରେସର ମାଇନ ଲଗାଇଥିବା ସୂଚନା ପାଇଁ ଆଜି ସକାଳ ୮ ଟା ୩ 0ମିନିଟ ସମୟରେ ୨ 0୧ କୋବ୍ରା ବାଟାଲିଆନ ର ଯବାନ ମାନେ ଉକ୍ତ ଅଞ୍ଚଳକୁ ଯାଇଥିଲେ!ପାହାଡ଼ରେ ସର୍ଚ୍ଚ ଅପେରସନ କରିବା ବେଳେ ଗୋଟିଏ ଗଛ ନିକଟରେ ମାଓବାଦୀ ମାନେ ପ୍ରେସର ମାଇନ ଲଗାଇଥିବା ଦେଖିବାକୁ ପାଇଥିଲେ!ତୁରନ୍ତ ବମ ନିଷ୍କ୍ରିୟ କାରି ଦଳଙ୍କୁ ଖବର ଦେବାରୁ ସେମାନେ ସେଠାରେ ପହଞ୍ଚି ସୁରକ୍ଷିତ ଭାବେ ପ୍ରେସର ମାଇନ କୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲେ!ଗତ କିଛିଦିନ ହେଲା ମାଓବାଦୀ ମାନେ ସୁକୁମା ଜିଲ୍ଲାର ବିଭିନ୍ନ ସ୍ଥାନରେ ଯବାନଙ୍କୁ ଟାର୍ଗେଟ କରି ପୋତି ଥିବା ଲ୍ୟାଣ୍ଡମାଇନ, କ୍ଳେମର ମାଇନ, ପ୍ରେସର ମାଇନ ଓ ସ୍ପାଇକ ହୋଲ କୁ ଠାବ କରି ମାଓବାଦୀ ଯୋଜନା କୁ ଫଣ୍ଡ କରିଛନ୍ତି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO