
ମାଲକାନଗିରି,ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ସ୍ଵଚ୍ଚ ଭାରତ ଅଭିଯାନ ଯାହାକି ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ଆଜି ପ୍ରତ୍ୟେକ ସହର ଓ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି।ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ଭି ୭ ୯ ରେ ଥିବା ୭ ୬ ବିଏସ ଏଫ ବାଟାଲିଆନ ର କମଣ୍ଡାର ନରେନ୍ଦ୍ର ସିଂ ଙ୍କ ନେତୃତ୍ୱ ରେ ବିଏସ ଏଫ ଯବାନ, ଏମଭି ୭ ୯ ଗ୍ରାମର ୱାର୍ଡ ମେମ୍ବର ରବି ସୁନା ଏବଂ ସ୍ଥାନିୟ କିଛି ଯୁବକ ମିଶି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ୭ ୬ ବାଟାଲିଆନ ବିଏସ ଏଫ କ୍ୟାମ୍ପ ଠାରୁ ଶିବ ମନ୍ଦିର ପଯ୍ୟନ୍ତ ରାସ୍ତା କଡରେ ପଡିଥିବା ଆବର୍ଜନା ଏବଂଏମଭି ୭ ୯ ଠାରୁଏମପିଭି 43 ରାସ୍ତା ଗୁଡିକୁ ସଫା କରିଥିଲେ।ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ଥିଲା ଯେ ସମସ୍ତ ନାଗରିକ ଏକାଠି ହୋଇ ଏହି ସ୍ୱଚ୍ଛ ଭାରତ ଅଭିଯାନ ରେ ସାମିଲ ହୋଇନିଜ ପରିବେଶକୁ ନିଜ ସଫା ସୁତୁରା ରଖି ନିଜେ ନିରୋଗ ରହିବା |ଯେତେବେଳେ ଭାରତର ସ୍ୱଚ୍ଛତା ଅବସ୍ଥାରେ ଉନ୍ନତି ଆସିବ, ସେତେବେଳେ ଆମେ ସମସ୍ତେ ସମାନ ଭାବରେ ଉପକୃତ ହେବା ସହ ଦେଶ ଏକ ସୁସ୍ଥ ଓ ସମୃଦ୍ଧି ଶିଳ ଦେଶ ଭାବରେ ପରିଗଣିତ ହେବ।ପ୍ରତ୍ୟେକ ନାଗରିକମାନଙ୍କ ପାଇଁ ଏକ ଖୁସି ଏବଂ ପରିଷ୍କାର ପରିବେଶ ସୃଷ୍ଟି କରିବ!ବିଏସଏଫ ମାନଙ୍କ ଏହି ମହତ କାର୍ଯ୍ୟକ୍ରମ କୁ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO