
ଭୁବନେଶ୍ୱର, ରାଜ୍ୟରେ ବିଳମ୍ବିତ ହୋଇପାରେ ପଂଚାୟତ ନିର୍ବାଚନ । ଆସନ୍ତା ମାର୍ଚ୍ଚ ୧୦, ୨୦୨୨ରେ ପଂଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବ । ତାହା ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଶେଷ ହେବା କଥା । କିନ୍ତୁ ଏହି କାର୍ଯ୍ୟ ଶେଷ ହୋଇନଥିବାରୁ ନିର୍ବାଚନ ବିଳମ୍ବ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ।
ସେ କହିଛନ୍ତି ଯେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଥିଲେ ମଧ୍ୟ ଏର୍ପ୍ୟନ୍ତ ଏହି କାର୍ଯ୍ୟ ଶେଷ ହୋଇନାହିଁ । ଗତ ମାର୍ଚ୍ଚ ୧୦ରେ କମିଶନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଏପ୍ରିଲ ୩୦ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ କୁହାଯାଇଥିଲା । ତାପୂର୍ବରୁ ଜାନୁଆରୀ ମାସରେ ବି କମିଶନଙ୍କ ପକ୍ଷରୁ ସମାନ ପ୍ରସଙ୍ଗରେ ପତ୍ର ଲେଖାଯାଇଥିଲା ।ଏହା ସତ୍ୱେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ସରିନଥିବାରୁ ନିର୍ବାଚନ ଯଥା ସମୟରେ ହେବା ନେଇ ଆଶଙ୍କା ଦେଖାଦେଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO