
ମାଲକାନଗିରି, ମାଲକାନଗିରି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମିଳନୀ ରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି – କାର୍ଯ୍ୟକାରୀ ସଭାପତି ତଥା ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ପୂର୍ବତନ ସାଂସଦ ପ୍ରଦୀପ ମାଝୀଗତ ମାର୍ଚ୍ଚ ୨ 0୨ ୧ ରେ ମାଲକାନଗିରି ଜିଲ୍ଲାରେ ହୋ ଇଥିବା ମାଇନର ମିନେରାଲ ସୋସୈସ୍ ( ସାଇରାଟସ୍ ) ର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ସମ୍ପର୍କରେ ଅଭିଯୋଗ କରିଛନ୍ତି! ତାଙ୍କ କହିବା ଅନୁଯାୟୀ ମୋଟୁ ତହସିଲ ଅନ୍ତର୍ଗତ ପେଟା ଗ୍ରାମରେ ଅବସ୍ଥିତ ଭି.ଜି. ଗ୍ରାନାଇଟର ମାଲିକ ସିଏଚ୍ . ବେଣୁଗୋପାଳ ରାଓ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ସହାୟତାରେ ଏହି ଅଞ୍ଚଳରୁ ମୁଲ୍ୟବାନ ଗ୍ରାନାଇଟ ପଥର ବେଆଇନ ଭାବେ ଚାଇନା ଦେଶକୁ ରପ୍ତାନି କରିବା ସହ ବର୍ତ୍ତମାନ ଉକ୍ତ ଭଦ୍ରବ୍ୟକ୍ତି ଅତି ଚତୁରତାର ସହ ମାଲକାନଗିରି ଜିଲ୍ଲାପାଳ ଡ . ୟୁଦୁଲା ବିଜୟଙ୍କ ସହାୟତାରେ ମାର୍ଚ୍ଚ ମାସରେ ହେଇଥିବା ଟେଣ୍ଡରରେ ଅଂଶଗ୍ରହଣ କରି ବେନିୟମ ଭାବେ ସାତଗୋଟି ପଥର ଖାଦାନ ହାତେଇଛନ୍ତି । ଓଡିଶା ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ସମ୍ପୃକ୍ତ ତହସିଲଦାର ପଥର ଖାଦାନ ଟେଣ୍ଡର ପ୍ରକ୍ରିୟା ଆହ୍ବାନ କରିବା ନିମନ୍ତେ ଅଧିକୃତ ଅଧିକାରୀ ଅଟନ୍ତି । କିନ୍ତୁ ମାର୍ଚ୍ଚ ମାସରେ ହୋଇଥିବା ଟେଣ୍ଡର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆହ୍ବାନ କରା ଯାଇଥିଲା ଏବଂ ଜିଲ୍ଲାପାଳ ଡ . ବିଜୟ ସମସ୍ତ ତହସିଲଦାରଙ୍କ ଦସ୍ତଖତ ଟେଣ୍ଡର ନୋଟିସରେ ସଂଗ୍ରହ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଟରେ ଟେଣ୍ଡର ବାକ୍ସ ଗୁଡିକ ରଖା ଯାଇଥିଲା । ତା . ୨୦.୦୩.୨୦୨୧ ରିଖ ସନ୍ଧ୍ୟା ୫ ଘଟିକା ସମୟରେ ଟେଣ୍ଡର ଦରଖାସ୍ତର ଶେଷ ସମୟ ପରେ ଟେଣ୍ଡର ବାକ୍ସ ଗୁଡିକୁ ଜିଲ୍ଲାପାଳ ଡଃ ବିଜୟଙ୍କ ଅନୁପସ୍ଥିତିରେ ତାଙ୍କର ବ୍ୟକ୍ତି ଗତ ସହାୟକ ପ୍ରକାଶ ସ୍ବାଇଁ , ନିଜାରତ ଅଧିକାରୀ ଜଗଦିଶ କର୍ତ୍ତାମୀ , ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ସିଲ କରା ଯାଇଥିଲା । ସେଠାରେ ଉପସ୍ଥିତ ଥିବା ସରକାରୀ କର୍ମଚାରୀ ଏବଂ ଆବେଦନ କରିଥିବା ବ୍ୟକ୍ତି ବିଶେଷମାନେ ସିଲ୍ ବାକ୍ସ ଉପରେ ଦସ୍ତଖତ କରିଥିଲେ । ସମସ୍ତଙ୍କ ଉପସ୍ଥିତିରେ ଟେଣ୍ଡର ବାକ୍ସ ଗୁଡିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଟରୁ ଧରି ଷ୍ଟ୍ରଙ୍ଗ ରୁମ୍ ରେ ରଖାଯିବ ବୋଲି କହି ସ୍ଥାନାନ୍ତର କରାଯାଇଥିଲା ।କିନ୍ତୁ ତାହା ଷ୍ଟ୍ରଙ୍ଗ ରୁମ ପରିବର୍ତ୍ତେ ଜିଲ୍ଲା ପାଳ ଙ୍କ ଆବାସିକ କାର୍ଯ୍ୟାଳୟ ରେ ରଖାଯାଇଥିଲା!ବର୍ତମାନ ଜିଲ୍ଲପାଳ ବ୍ୟବହାର କରୁଥିବା ଗାଡିର ଭାଲିଡ୍ କଣ୍ଟାକ୍ଟ ପରମିଟ୍ ନାହିଁ ଯାହା ସରକାରୀ ନିର୍ଦ୍ଦେଶନାମାର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ ଅଟେ । ଜିଲ୍ଲାପାଳଙ୍କ ଏହି ଗାଡ଼ି ( ଓଡି ୦୨ ବି.ଆର୍ . ୪୨୦୨ ) ତା ୩୧.୦୩.୨୦୨୧ ରିଖରେ ରେଜିଷ୍ଟ୍ରେସନ ହୋଇଛି ଏବଂ ଟେଣ୍ଡର ପ୍ରକ୍ରିୟା ତା ୩୦.୦୩.୨୦୨୧ ରିଖ ଦିନ ସମାପ୍ତ ହୋଇଥିଲା! ସିଏଚ . ବେଣୁ ଗୋପାଳଙ୍କୁ ଅନୈତିକ ଉପାୟରେ ସାତଟି ପଥର ଖାଦାନ ପ୍ରଦାନ କରାଯାଇଛି । ସିଏଚ୍ . ବେଣୁଗୋପାଳ ଏହି ସାତଟି ପଥର ଖାଦାନ ପାଇବା ନିମନ୍ତେ ଜିଲ୍ଲାପାଳ ଡ ୟୁଦୁଲା ବିଜୟଙ୍କୁ ଏକ କୋଟି ଟଙ୍କାର ଲାଞ୍ଚ ଦେବା ସହ ଉପରୋକ୍ତ ଗାଡିକୁ ଉପଢୌକନ ବାବଦରେ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜାତୀୟ କଂଗ୍ରେସ ରାଜ୍ୟ ସରକାରଙ୍କୁ ଦାବି ଜଣାଉଛି ଯେ , ସମସ୍ତ ଟେଣ୍ଡର ପ୍ରକ୍ରିୟାକୁ ତୁରନ୍ତ ଅବୈଧ୍ୟ ଘୋଷଣା କରି ମାଲକାନଗିରି ଜିଲ୍ଲାପାଳ ଡ ୟେଦୁଲା ବିଜୟଙ୍କୁ ଚାକିରିରୁ ନିଳମ୍ବନ କରିବା ସହ ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ଏଥିସହିତ ଟେଣ୍ଡର ପ୍ରକ୍ରିୟାରେ ଯେଉଁ ସରକାରୀ କର୍ମଚାରୀ ଓ ଅଫିସର ଦୁର୍ନୀତି ପନ୍ଥା ଅବଲମ୍ବନ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଜିଲ୍ଲାପାଳ ଡଃ ୟେଦୁ ଲା ବିଜୟ ଏବଂ ସମ୍ପୃକ୍ତ ଅନ୍ୟାନ୍ୟ କର୍ମଚାରୀ ଓ ଅଫିସରଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଇ ସତ୍ୟାସତ୍ୟର ଉନ୍ମୋଚନ କରାଯାଉ । ଅନ୍ୟଥା ଆସନ୍ତା ତା ୦୪.୦୭.୨୦୨୧ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ । ମାଲକାନଗିରି ବନ୍ଦ ଡାକରା ଦିଆଯିବ । ସମୁଦାୟ ୭ ଗୋଟି ପଥର ଖାଦାନ ନିମନ୍ତେ ଏମ୍.ଜି.କ୍ରୀ ( ମିନିମମ୍ ଗାରେଣ୍ଟି କ୍ୟାଟିଟି ) ରୟାଲିଟି ଓ ସିଏଚ୍ . ବେଣୁଗୋପାଳ ଦର୍ଶାଇଥିବା ଅତିରିକ୍ତ ଚାର୍ଜ ନିମନ୍ତେ ଅନ୍ତତଃ ଟ . ୨ , ୩୮ , ୯୩ , ୨୦୦ / – ଟ ଙ୍କାର ସଲଭେନ୍ସି ଆବଶ୍ୟକ ପଡୁଛି । କିନ୍ତୁ ସିଏଚ୍ . ବେଣୁଗୋପାଳ ଟେଣ୍ଡର ପକାଇବା ସମୟରେ ମାତ୍ର ଏକ କୋଟି ଟଙ୍କାର ସଲଭେନ୍ସି ସାର୍ଟିଫିକେଟ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଡଃ ବିଜୟ କିପରି ଭାବେ ଏକ କୋଟି ଟଙ୍କାର ସଲଭେନ୍ସି ସାର୍ଟିଫିକେଟ ଆଧାରରେ ଟ . ୨ , ୩୮ , ୯୩ , ୨୦୦ / – ଙ୍କା ମୂଲ୍ୟର ଲିଜ୍ ପ୍ରଦାନ କଲେ ? ସୁଚନା ଅଧିକାର ଆଇନ ମାଧ୍ୟମରେ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ , ତହସିଲଦାର ମାନେ ଟେଣ୍ଡର ଆହ୍ବାନ ଓ ଟେଣ୍ଡର ପ୍ରସିଡିଙ୍ଗ ରେ ଦସ୍ତଖତ କରିବା ବ୍ୟତୀତ ଟେଣ୍ଡର ପ୍ରକ୍ରିୟା କିପରି ହେଲା , ଟେଣ୍ଡର ବାକ୍ସରେ କେଉଁଠାରେ ଥିଲା , ଟେଣ୍ଡର ବାକ୍ସର ଚାବି କାହାପାଖରେ ଥିଲା ଏ ସମସ୍ତ ତଥ୍ୟ ବିଷୟରେ ସେମାନେ ଅବଗତ ନଥିଲେ । ତେଣୁ ଏହା ସ୍ପଷ୍ଟ ଦିବାଲୋକ ପରି ସତ୍ୟ ଯେ , ଟେଣ୍ଡର ପ୍ରକ୍ରିୟାରେ ସମସ୍ତ ପ୍ରକାର ଜାଲିଆତି ଏବଂ ଦୁର୍ନୀତି ଜିଲ୍ଲାପାଳ ନିଜେ କରିଛନ୍ତି । ସୁଚନା ଅଧିକାର ଆଇନ ତଥ୍ୟ ଅନୁସାରେ ମାଲକାନଗିରି ତହସିଲଦାର ଡଃ ଗୁଣନିଧି ନାୟକ ତା . ୩୦.୦୩.୨୦୨୧ ରିଖ ଅର୍ଥାତ୍ ଟେଣ୍ଡର ପେପର ଖୋଲିବା ଦିନ ଛୁଟିରେ ଥିଲେ । ମାଲକାନଗିରି ଜିଲ୍ଲାପାଳ କିପରି ଭାବେ ଉକ୍ତ ତାରିଖରେ ତହସିଲଦାର ଡଃ ନାୟକ ଉପସ୍ଥିତ ରହିଥିବା କଥା ଜାରି କରି ଟେଣ୍ଡର ପ୍ରସିଡିଙ୍ଗରେ ତାଙ୍କର ଦସ୍ତଖତ ନେଲେ ? ଟେଣ୍ଡର ଖୋଲିବା ଦିନ କୌଣସି ଆବେଦନକାରୀ ଏବଂ ତାଙ୍କର ପ୍ରତିନିଧି ମାନଙ୍କୁ ଅନେକ ଦୂରରେ ବସିବାକୁ କୁହା ଯାଇଥିଲା । ଜିଲ୍ଲାପାଳ ଶ୍ରୀ ବିଜୟ କାହାରି ମତାମତ , ପରାମର୍ଶ ଓ ବିତର୍କକୁ ଭୃକ୍ଷେପ ନ କରି ଟେଣ୍ଡର କାର୍ଯ୍ୟକ୍ରମକୁ ନିଜ ଇଚ୍ଛା ମୁତାବକ ସମାପ୍ତି କଲେ । ଉପରୋକ୍ତ ଘଟଣା କ୍ରମରୁ ଏହା ସ୍ପଷ୍ଟ ଯେ , ମାଲକାନଗିରି ଜିଲ୍ଲାପାଳ ଡଃ ୟୁଦୁଲା ବିଜୟ ଟେଣ୍ଡର ପ୍ରକ୍ରିୟାରେ ସିଏଚ . ବେଣୁଗୋପାଳଙ୍କୁ ସହାୟତା କରି ସାତଟି ପଥର ଖାଦାନ ଦେବା ନିମନ୍ତେ ଏକ କୋଟି ଟଙ୍କାର ଲାଞ୍ଚ ନେଇଛନ୍ତି । ଓଡିଶା ସରକାରଙ୍କ ଅର୍ଥ ବିଭାଗର ନିର୍ଦ୍ଦେଶ ନାମା ଅନୁସାରେ ଜିଲ୍ଲାପାଳ ମାନେ ସ୍କର୍ପିୟ । କ୍ରେଟା / ମହିନ୍ଦ୍ରା ମାରାଜୋ ଗାଡି ଯାହାରକି ଭାଲିଡ୍ କଣ୍ଟାକ୍ଟ କାରେଜ୍ ପରମିଟ୍ ଥିବ ତାକୁ ହିଁ ଭଡାରେ ନେଇ ବ୍ୟବହାର କରିପାରିବେ । ଏହି ଗାଡି ଗୁଡିକର ନମ୍ବର ହଳଦିଆ ରଙ୍ଗ ଉପରେ କଳା ଅକ୍ଷରରେ ଲେଖା ଯାଇଥାଏ । କିନ୍ତୁ ମାଲକାନଗିରି ଜିଲ୍ଲାପାଳ ଡଃ ୟୁଦୁଲା ବିଜୟ ଯେଉଁ ଏମ୍.ଜି. ହେକ୍ଟର ଗାଡି ବ୍ୟବହାର କରୁଛନ୍ତି ଯାହାର ନମ୍ବର ଓଡି ୦୨ ବି.ଆର୍ . ୪୨୦୨ ଯାହାକି ଧଳା ରଙ୍ଗ ଉପରେ କଳାରଙ୍ଗରେ ଲେଖା ହୋଇଥିବା ଦରକାର! ଏହି ସାମ୍ବାଦିକ ସମିଳନୀ ରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ସମ୍ପାଦକ ରାମ ପ୍ରସାଦ ପଟ୍ଟନାୟକ ଓ ଅନ୍ୟାନ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO