
ମାଲକାନଗିରି,ମାଲାକା ନଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ବଜାଗୁଡା ଗ୍ରାମର ଜଣେ ଯୁବକ ସାବେରୀ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ଏହି ଗ୍ରାମର ଗଙ୍ଗା ସୋୟାମ କାମ ସାରି ନଦୀକୁ ଗାଧୋଇବାକୁ ଯାଇଥିଲେ।ନଦୀକୁ ଯାଇ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ସ୍ତ୍ରୀ ଓ ପରିବାର ଲୋକ ଡାକିବା ପାଇଁ ନଦୀକୁ ଯାଇଥିଲେ। ଗାଧୋଇବା ସ୍ଥାନରେ ମଧ୍ୟ ଗଙ୍ଗା ନମିଳିବାରୁ ଏଣେତେଣେ ଖୋଜାଖୋଜି କରିବା ପରେ ନଦୀର ତଳ ମୁଣ୍ଡରେ ଗଙ୍ଗାର ମୃତ ଶରୀର ଭାସୁଥିବା ଗଙ୍ଗାର ସ୍ତ୍ରୀ ଦେଖିଥିଲା । ଏହାପରେ ଗଙ୍ଗା ର ସ୍ତ୍ରୀ ରାଙ୍ଗି ସୋୟାମ ଗ୍ରାମବାସୀଙ୍କୁ ଜଣାଇବା ସହ ପଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ପାଇ ପଡିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ଯବଚ୍ଛେଦ ପାଇଁ କାଲିମେଳା ପଠାଇଥିବା ଜଣାପଡିଛି। ଅନ୍ୟପଟେ ଗଙ୍ଗାର ପରିବାରରେ ସ୍ତ୍ରୀ, ପୁଅ ଓ ବର୍ଷକର କୁନି ଝିଅ ରହିଥିବାରୁ ପିଲାଙ୍କ ଭବିଷ୍ୟତ କୁ ନେଇ ପରିବାର ଲୋକ ଚିନ୍ତା ପ୍ରକଟ କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO