
ମାଲକାନଗିରି , ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ଓ ମାଲକାନଗିରି ପୌରାଞ୍ଚଳରୁ ଆଜି ନୂତନ ଭାବେ ୮ ୬ ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଥିବାବେଳେ ଆଜି ମାଲକାନଗିରି କୋଭିଡ ମେଡିକାଲ ରେ ଚିକିତ୍ସା ହେଉଥିବା ଜଣେ 41ବର୍ଷୀୟ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି !ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9904ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 9247ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି!ଏବେ ଜିଲ୍ଲାରେ ୬୧ ୮ ଟି ସକ୍ରିୟ ମାମଲା ରହିଛି!ଜିଲ୍ଲାରେ କାରୋନାରେ ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୩ ୯ କୁ ବୃଦ୍ଧି ପାଇଛି!ଆଜି ଚି଼ହ୍ନଟ ମାନଙ୍କ ଭିତରୁ ଯେଉଁ ମାନେ ଗୁରୁତର ଅଛନ୍ତି ତାଙ୍କୁ କୋଭିଡ ମେଡିକାଲ କୁ ପଠାଯାଇଥିବାବେଳେ ସାମାନ୍ୟ ଆକ୍ରାନ୍ତଙ୍କୁ ଗୃହ ସଂଗରୋଧରେ ରଖାଯାଇଛି!ମାଲକାନଗିରି ପୌରାଞ୍ଚଳର ୱାର୍ଡ ନମ୍ବର୧ ମୁଣ୍ଡାଗୁଡା, ୱାର୍ଡ ନମ୍ବର ୫ ଦୁର୍ଗାଗୁଡ଼ି ସାହି, ୱାର୍ଡ ନମ୍ବର ୧ 0 କୁମୁଟିଗୁଡା, ୱାର୍ଡ ନମ୍ବର 14 କେନାଲ କଲୋନୀ, ୱାର୍ଡ ନମ୍ବର ୧ ୫ ଟିନା ଗ୍ୟାରେଜ ନିକଟ, ୱାର୍ଡ ନମ୍ବର ୧ ୭ ବ୍ଲକ କଲୋନୀ ଓ ୱାର୍ଡ ନମ୍ବର ୬ ଜିଲ୍ଲାପାଳ ଙ୍କ ବାସଗୃହ ରୁ ୧ ୫ ଜଣ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ଝରାପାଲି, ମାର୍କାପାଲି, ପଦ୍ମଗିରି, ପେଡାକୋଣ୍ଡା, ସିନ୍ଦ୍ରିମାଳ, ତଣ୍ଡିକି, ଉଡୁପା, ଗୌଡ଼ଗୁଡା, ତମସା, ପାଣ୍ଡ୍ରିପାଣି ଓ ବୀରଲକ୍ଷ୍ମଣ ପୁର ପଞ୍ଚାୟତରୁ ୧ ୮ ଜଣ! କୋରୁକୋଣ୍ଡା ବ୍ଲକର ତାରଲାକୋଟା, ଚିତାପାରୀ -୩, ଡୁଡାମେଟା, କୋରୁକୋଣ୍ଡା ଓ ଚି଼ ମଟାପାଲି,ପଞ୍ଚାୟତରୁ ୯ ଜଣ !ମାଥିଲି ବ୍ଲକର ଭେଜାଗୁଡା, ପାଙ୍ଗାମ, ଦଳପତିଗୁଡା, ଉଦୁଲିବେଡା, ମହୁପଦର ଓ ମାଥିଲି, ପଞ୍ଚାୟତରୁ ରୁ ୧ ୧ ଜଣ!ଖଇରପୁଟ ବ୍ଲକର ରାସବେଡା, ଖଇରପୁଟ, କୁଡୁମୁଲୁଗୁମା, ଓ ପରକନମାଳା ପଞ୍ଚାୟତରୁ ୧ ୨ ଜଣ !କାଲିମେଳା ବ୍ଲକ ର କାଲିମେଳା, ବଦଲି ଚିତ୍ରାଙ୍ଗପାଲି, ଗମ୍ପାକୋଣ୍ଡା, ଗୁମୁକା, ମାଲାବରମ ତେଲେରାଇ, ଟିଗଲ ଓ ତାଣ୍ଡବାଇ ପଞ୍ଚାୟତରୁ ୧ ୭ ଜଣ!ପଡିଆ ବ୍ଲକର. କାଳଦାପାଲି ଓ ନିଲିଗୁଡା ପଞ୍ଚାୟତରୁ ୨ ଜଣ ! ଚିତ୍ରକୋଣ୍ଡା ବ୍ଲକ ର ଚିତ୍ରକୋଣ୍ଡା ପଞ୍ଚାୟତରୁ ଜଣେ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୨ ରୁ ଜଣେ ଚି଼ହ୍ନଟ ହୋ ଇଛନ୍ତି ! ଚି଼ହ୍ନଟ ସମସ୍ତେ କ୍ଲିନିକାଲ ରିଫେର ପରେ ସଂକ୍ରମିତ ଥିବା ଜଣାପଡିଥିଲା!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO